ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ଵାଇଁଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ । ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତି ହୋଇଥିବା ଜଣାପଡିଛି । ୨୦୧୫ ମସିହା ଡିସେମ୍ବର ୭ତାରିଖରୁ ୨୦୨୦ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ରୂପେ କାର୍ଯ୍ୟରତ ଥିଲେ।ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । “ସ୍ୱର୍ଗତ ସ୍ୱାଇଁ ଜଣେ ଦକ୍ଷ ସଂଗଠକ ଥିଲେ । ଏବଂ ତାଙ୍କର ଲୋକଙ୍କ ପ୍ରତି ସେବା ପାଇଁ ସେ ଚିରସ୍ମରଣୀୟ ରହିବେ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ମୃତକଙ୍କ ପରିବାର ପ୍ରତି ନବୀନ ସମବେଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *