ପଜିଟିଭ ଚିହ୍ନଟ ହେଲେ ଆଉ ଜଣେ ବିଧାୟକ

କୋରାପୁଟ: କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ରାଜ୍ୟର ଆଉ ଜଣେ ବିଧାୟକ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରଭୁ ଜାନୀ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ କୋରାପୁଟ ଦଣ୍ଡକାରାଣ୍ୟ କଲୋନିସ୍ଥିତ ନିଜ ଘରେ ହୋମ ଆଇସୋଲେସନରେ ରହିଛନ୍ତି । ଏନେଇ ବିଧାୟକ ନିଜେ ସୂଚନା ଦେଇଛନ୍ତି । ବିଧାୟକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ, ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ସ୍ୱାବ ପରୀକ୍ଷା କରିନେବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *