ପଜିଟିଭ ଚିହ୍ନଟ ହେଲେ ବଲିଉଡର ଏହି ଲଭ ବାର୍ଡ

ମୁମ୍ବାଇ: ଜଣଙ୍କ ପରେ ଜଣେ ବଲିଉଡ ତରକାଙ୍କୁ କବଳିତ କରୁଛି କରୋନା। ପଜିଟିଭ ଚିହ୍ନଟ ହୋଇଛନ୍ତି ୨ ଲଭବାର୍ଡ । ବଲିଉଡର ହଟ ମମ ମଳାଇକା ଅରୋରା ଓ ହ୍ୟାଣ୍ଡସମ୍ ହଙ୍କ ଅର୍ଜୁନ କପୁର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଅଭିନେତା ଅର୍ଜୁନ କାପୁରଙ୍କୁ କରୋନା ପଜିଟିଭ ହୋଇଥିବା ପ୍ରଥମେ ଖବର ଆସିବା ପରେ ପରେ ମଲାଇକା ଆରୋରା ମଧ୍ୟ କରୋନା ପଜିଟିଭ ଥିବା ଜଣାପଡିଛି ।ଜାତୀୟ ଗଣମାଧ୍ୟମର ଖବର ମୁତାବକ ମଲାଇକା ନିଜେ ଏହା ସ୍ପଷ୍ଟ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ, ହଁ ମୁଁ କରୋନା ପଜଟିଭି ଥିବା ଜଣାପଡିଛି । ଘରେ କ୍ୱାରେଂଟାଇନରେ ରହିବା ପାଇଁ ନିଷ୍ପତି ନେଇଛି । ଖୁବ୍ ଶୀଘ୍ର ସୁସ୍ଥ ହେବି ବୋଲି ସେ ଆଶା ରହିଛି” ।ପୂର୍ବରୁ ଅର୍ଜୁନ ମଧ୍ୟ ସଂକ୍ରମିତ ଥିବା କଥା ସୋସିଆଲ ମିଡିଆରେ ଜଣାଇଥିଲେ । ଆମମାନଙ୍କ ସହିତ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇ ନିଅନ୍ତୁ । ସୂଚନାଯୋଗ୍ୟ ବଲିଉଡରେ ଅର୍ଜୁନ ଓ ମାଲାଇକା ସମ୍ପର୍କ ଦୀର୍ଘଦିନ ହେବ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏକାବେଳେ ଉଭୟ ପଜିଟିଭ ହେବା ଘଟଣା ଚର୍ଚ୍ଚାକୁ ଆହୁରି ତୀବ୍ର କର8ସି ବେଶ୍ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

Leave a Reply

Your email address will not be published. Required fields are marked *