ଓଡ଼ିଶା ଟପ୍ପର ଯାଜପୁର ଝିଅ

ଯାଜପୁର: ପ୍ରକାଶ ପାଇଛି ଯୁକ୍ତ ୨ କଳା ପରୀକ୍ଷା ଫଳ। ଏଥିରେ ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ ୯୧ ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ଟପ୍ପର ହୋଇଛନ୍ତି । ସମ୍ଭାବନା ଏହି ପରୀକ୍ଷାରେ ସର୍ବାଧିକ ୫୪୬ ନମ୍ବର ରଖି କୃତିତ୍ବ ଅର୍ଜନ କରିଛନ୍ତି। ଏଥି ସହିତ ରାଜ୍ୟରେ ସେ ଏକମାତ୍ର କୃତି ପରୀକ୍ଷାର୍ଥୀ ଭାବେ 90 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ତେବେ ସମ୍ଭାବନାଙ୍କ ଏହି ସଫଳତାରେ ବାପା ଗୋପାଳ ଚନ୍ଦ୍ର ସାହୁ ଓ ମା ସ୍ନେହଲତା ସାହୁ ବେଶ ଗର୍ବିତ ଥିବା କହିଛନ୍ତି । ସମ୍ଭାବନାଙ୍କ ଘର ଯାଜପୁର ସଦର ବ୍ଲକ ଭୁଇଁପୁର ପଞ୍ଚାୟତର କଲ୍ୟାଣପୁର ଗାଁରେ। ହେଲେ ତାଙ୍କ ବାପା ଗୋପାଳ ଚନ୍ଦ୍ର ପାଣିକୋଇଲି ଅଞ୍ଚଳରେ ଏକ ପରିବହନ ସଂସ୍ଥାରେ କାମ କରନ୍ତି। ସେଥିପାଇଁ ସେ ପାଣିକୋଇଲି ଠାରେ ପରିବାର ନେଇ ରହିଆସୁଛନ୍ତି। ସମ୍ଭାବନାଙ୍କ ଏହି ସଫଳତା ପାଇଁ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସମ୍ଭାବନା ନିଜର ସଫଳତା ପାଇଁ କଠିନ ପରିଶ୍ରମ କରିଥିବା କହିଛନ୍ତି । ପରିବାର ଏବଂ କଲେଜ ଅଧ୍ୟାପକ ଅଧ୍ୟାପିକାଙ୍କ ପକ୍ଷରୁ ତାକୁ ସବୁ ପ୍ରକାର ସହଯୋଗ ମିଳୁଥିଲା। ଏଥିପାଇଁ ସମ୍ଭାବନା ବାପା, ମା ଗୁରୁ ଗୁରୁଜନଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ସମ୍ଭାବନା ଆଗାମୀ ଦିନରେ ଶିକ୍ଷକତା କରିବାକୁ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *