ପାଳିତ କୁକୁର ମାନଙ୍କ ଖାଦ୍ୟ ପାଇଁ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଟଙ୍କା ପଠାଇଥିଲେ ସୁଶାନ୍ତ

ମୁମ୍ବାଇ: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଲୋନାଭାଲା ସ୍ଥିତ ତାଙ୍କ ଫାର୍ମହାଉସରେ ଥିବା ପେଟ୍ସଙ୍କ ଯତ୍ନ ନେବା ପାଇଁ ରଇଜଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ। ସୁଶାନ୍ତଙ୍କ ଫାର୍ମହାଉସର ତଦାରଖକାରୀ ରଇଜ ଏହି ତଥ୍ୟ ଜାତୀୟ ନ୍ୟୁଜ ଏଜେନ୍ସି IANS କୁ ଦେଇଛନ୍ତି । ସୁଶାନ୍ତଙ୍କ ଫାର୍ମହାଉସରେ ଅମର, ଆକବର ଏବଂ ଆନ୍ଥୋନୀ ନାମକ ତିନୋଟି ପୋଷା ରୋଟୱିଲର୍ସ କୁକୁର ଅଛନ୍ତି। “ଜୁନ୍ ୧୪ ତାରିଖ ଅପରାହ୍ନରେ ମୁଁ ଖବର ଟିଭି ନ୍ୟୁଜରୁ ଖବର ପାଇଲି ଯେ ସୁଶାନ୍ତ ସାର୍ ଆତ୍ମହତ୍ୟା କରିଛନ୍ତି, ପ୍ରଥମେ ମୁଁ ଏହାକୁ ବିଶ୍ୱାସ କରି ପାରିଲି ନାହିଁ। ଏହାର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ପୋଷା କୁକୁର, ଅମର, ଆକବର ଏବଂ ଆନ୍ଥୋନିଙ୍କ ଯତ୍ନ ନେବା ପାଇଁ ମୋ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ” ବୋଲି ରାଏସ୍ କହିଛନ୍ତି।ଆହୁରି ମଧ୍ୟ ସେ ପ୍ରକାଶ କରିଛନ୍ତି ଯେ ସୁଶାନ୍ତ “ଫାର୍ମହାଉସକୁ ସିଫଟ କରିବା ସହ ସେଠାରେ ଯାଇ ଚାଷ କରିବାକୁ ଯୋଜନା କରୁଥିଲେ।” ସେ ଚଳିତ ବର୍ଷ ମାର୍ଚ୍ଚରେ ସେ ଫାର୍ମ ହାଉସକୁ ସିଫ୍ଟ କରିବା ସହ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ଫାର୍ମହାଉସରେ ରହିବାକୁ ଚିନ୍ତା କରିଥିବା ସେ କହିଛନ୍ତି। ଦୁର୍ଭାଗ୍ୟବଶତଃ ତାହା ସତ ହୋଇପାରିଲା ନାହିଁ । ସୁଶାନ୍ତ ନିଜର ଫାର୍ମହାଉସରେ ନିଜର ବିଶେଷ ମୁହୂର୍ତ୍ତ ସବୁକୁ ସେଲିବ୍ରେସନ କରୁଥିଲେ । ଯେପରିକି ତାଙ୍କର କିମ୍ବା ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଜନ୍ମଦିନ । ଚଳିତ ଫେବୃଆରୀ ମାସରେ ଶେଷ ଥର ପାଇଁ ସୁଶାନ୍ତ ତାଙ୍କ ଫାର୍ମହାଉସକୁ ଯାଇଥିଲେ । “ଜାନୁଆରୀରେ ସୁଶାନ୍ତ ସାର୍ ନିଜ ଜନ୍ମଦିନ ପାଳନ କରିବାକୁ ଆସିଥିଲେ। ତାଙ୍କ ସହ ରିୟା ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଶ୍ରୁତି ମୋଦୀ ଏବଂ କିଛି ସାଙ୍ଗ ମଧ୍ୟ ଥିଲେ। ତା’ପରେ, ଫେବୃଆରୀ ଶେଷ ସପ୍ତାହରେ ସୁଶାନ୍ତ ସାର୍ ଏଠାକୁ ଆସିଥିଲେ । ସେହି ସମୟରେ ତାଙ୍କ ସହ ଦୀପେଶ ସାୱନ୍ତ, ସିଦ୍ଧାର୍ଥ ପିଥାନି, ନୀରଜ ଏବଂ କେଶବ ନାମକ ଜଣେ କୁକ୍ ମଧ୍ୟ ଥିଲେ । ଆହୁରି ମଧ୍ଯ ସେ କହିଛନ୍ତି ଯେ, ସୁଶାନ୍ତଙ୍କ ୩ କୁକୁର ଅମର, ଆକବର ଏବଂ ଆନ୍ଥୋନୀ ଏବେ ମଧ୍ୟ ଫାର୍ମହାଉସରେ ଅଛନ୍ତି ।

Leave a Reply

Your email address will not be published. Required fields are marked *