ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରଟ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ; ୭ ମୃତ

ଗଞ୍ଜାମ: ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରଟ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାନୁସାରେ, ରାୟପୁର୍ ନିକଟ ଚେରିଖେଡି ନିକଟରେ ସକାଳୁ ସକାଳୁ ଏକ ଟ୍ରକ ସହ ବସର ଧକ୍କା ହୋଇଥିଲା । ଏଥିରେ ପାଖାପାଖି ୫୦ ଶ୍ରମିକ ଥିବା ବେଳେ ଏଥିରୁ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *