ଆପଣାନ୍ତୁ ଏହି ଉପାୟ, ଦୂର ହେବ ଧୂମ୍ରପାନ ଅଭ୍ୟାସ

ସିଗାରେଟର କୁପ୍ରଭାବରୁ ନିଜକୁ ଦୂରେଇ ରଖିବା ଧୁମପାନ କରିବା ଅଥବା ତମାଖୁ ଖାଇବା ଦ୍ୱାରା ଶରୀରରେ ପିକୋଯିନ୍‌ର ପରିମାଣ ବୃଦ୍ଧି ପାଇଥାଏ । ଯାହାର କୁପ୍ରଭାବ ଫୁସ୍‌ଫୁସ୍‌ ଉପରେ ପ୍ରଭାବ ପଡ଼ିଥାଏ । ଯଦି ଆପଣ ଖାଦ୍ୟରେ ରେଗୁଲାର ଭାବରେ ଏପରି କିଛି ଜିନିଷ ସାମିଲ କରିବେ, ଯାହାକି ଶରୀରରେ ଟକ୍ସିନ୍‌କୁ ବାହାର କରିଦିଏ ତେବେ ଶରୀରରେ ଥିବା ନିକୋଟିନ୍‌ର ମାତ୍ରା କିଛି ପରିମାଣରେ କମ୍‌ ହୋଇପାରିବ । ଯେପରିକି:ପାଳଙ୍ଗ: ପ୍ରତିଦିନ ଖାଇବାରେ ପାଳଙ୍ଗ ସାମିଲ କରନ୍ତୁ । ଫଳରେ ଏଥିରେ ଥିବା ଫୋଲିକ୍‌ ଏସିଡ଼ ଏବଂ ଭିଟାମିନ୍‌ ବି-୯ ଟକ୍ସିନ୍‌କୁ ବାହାର କରିବାରେ ସହାୟକ ହୋଇଥାନ୍ତି ।କମଳା: ପ୍ରତିଦିନ ଏକ କିମ୍ୱା ଦୁଇ କମଳା ଖାଆନ୍ତୁ । ନଚେତ୍‌ ଏହାର ଏକ ଗ୍ଲାସ ଜୁସ୍‌ ପିଅନ୍ତୁ । ଏଥିରେ ଥିବା ଭିଟାମିନ୍‌ ସି ନିକୋଟିନ୍‌ ବାହାର କରିବାରେ ସହାୟକ ହୋଇଥାଏ ।ଲେମ୍ୱୁ: ଲେମ୍ୱୁରସରେ ବହୁତ ମାତ୍ରାରେ ଭିଟାମିନ ସି ମହଜୁଦ୍‌ ଥାଏ । ଏହା ଶରୀରରୁ ନିକୋଟିନ୍‌ ବାହାର କରିଥାଏ। ତେବେ ପ୍ରତିଦିନ ସକାଳୁ ଖାଲିପେଟରେ ଏକ ଗ୍ଲାସ ଲେମ୍ବୁ ରସ ପିଅନ୍ତୁ ।ଗାଜର ରସ: ପ୍ରତିଦିନ ଏକ ଗ୍ଲାସ ଗାଜର ରସ ପିଅନ୍ତୁ । ଏଥିରେ ଥିବା ଆଣ୍ଟି ଅକ୍ସିଡ଼େଣ୍ଟସ୍‌ ନିକୋଟିନ୍‌ ବାହାର କରିବାକୁ ସାହାର୍ୟ୍ୟ କରିଥାଏ ।ବ୍ରୋକୋଲି: ଖାଦ୍ୟରେ ବଜାରରେ ମିଳୁଥିବା ବ୍ରୋକୋଲିକୁ ସାମିଲ କରନ୍ତୁ ଏଥିରେ ମହଜୁଦ୍‌ ତିବା ଭିଟାମିନ୍ ବି, ବି-୫, ସି ଶରୀରରୁ ନିକୋଟିନ୍ ବାହାର କରିବାରେ ସହାୟକ ହେବ ।କାକୁଡ଼ି: ପ୍ରତିଦିନ ଖାଦ୍ୟରେ କାକୁଡ଼ିକୁ ସାମିଲ କରନ୍ତୁ । ଏହାଦ୍ୱାରା ଶରୀରରେ ଜଳୀୟ ଅଂଶର ପରିମାଣ ଠିକ୍‌ ରହିଥାଏ । ଏହା ନିକୋଟିନ୍‌ ବାହାର କରିବାରେ ସହାୟକ ହୋଇଥାଏ ।ଅଦା: ପ୍ରତିଦିନ ଏକ କପ୍‌ ପାଣିରେ ଅଦାର ଛୋଟଖଣ୍ଡ ମିଶାଇ ଫୁଟାଇ ପିଅନ୍ତୁ । ଏଥିରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟସ୍‌ ନିକୋଟିନ୍‌ ବାହାର କରିବା ପାଇଁ ସହାୟକ ହୋଇଥାଏ ।ସାଲାଡ଼: ଖାଦ୍ୟରେ ସର୍ବଦା ସାଊଲାଡ଼ ବ୍ୟବହାର କରନ୍ତୁ । ଏତିରେ ଫାଇବର ପର୍ୟ୍ୟାପ୍ତ ପରିମାଣର ମିଳିଥାଏ । ଯାହା ଶରୀରରୁ ନିକୋଟିନ୍‌ କାଢ଼ିବାରେ ସହାୟକ ହୋଇଥାଏ ।ପାଣି: ଦିନସାରା ୧୦ ରୁ ୧୫ ଗ୍ଲାସ ପାଣି ପିଅନ୍ତୁ । ଏହା ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସହାୟକ ହୋଇଥାଏଗଜାମୁଗ: ପ୍ରତିଦିନ ସକାଳ ଭୋଜନରେ ଗଜାମୁଗ ଖାଆନ୍ତୁ । ଏଥିରେ ଥିବା ଫାଇବର ଶରୀରରୁ ନିକୋଟିନ୍ ବାହାର କରିବାରେ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *