ୱାଂଶି ମେସିନରେ ଧୋଇଦେଲେ ୧୪ ଲକ୍ଷ ଟଙ୍କା; ଜାଣନ୍ତୁ କାହିଁକି

ସକାଳ ବ୍ୟୁରୋ: ସାରା ବିଶ୍ୱରେ କରୋନା କହର । ସାମାନ୍ୟତମ ଜଣା ପଡୁଥିବା ଏହି ମହାମାରୀ ଏବେ ହାହାକାର ସୃଷ୍ଟି ହୋଇଛି ।

ଏଥିରୁ ବର୍ତ୍ତିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ମାନ ଅବଲମ୍ବନ କରୁଛନ୍ତି । ଏହାରି ମଧ୍ୟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଜଣେ ବ୍ୟକ୍ତି କରୋନା ସଂକ୍ରମଣ ଭୟରେ ପାଖାପାଖି ୧୪ ଲକ୍ଷ ଟଙ୍କାର ନୋଟ୍ ୱଂଶିମେସିନରେ ଧୋଇଦେଇଛନ୍ତି ।

ଏହିଭଳି ଏକ ଘଟଣା ଦେଖି ବାକୁ ମିଳିଛି ଦକ୍ଷିଣ କୋରିଆରେ। ସୂଚନାନୁସାରେ ଦକ୍ଷିଣ କୋରିଆର ସିଓଲ୍ ନିକଟ ଆନ୍ସନ୍ ସହରରେ ରହୁଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମଣ ଭୟରେ ନିଜର ସମସ୍ତ ଟଙ୍କା ପାଖାପାଖି ୧୪ ଲକ୍ଷ ଟଙ୍କା ୱାଶିଂମେସିନରେ ଧୋଇଦେଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟକ୍ତି ଜଣକ ୱାଂଶିମେସିନରେ ଧୋଇବା ପରେ ତାହାକୁ ଶୁଖାଇବା ପାଇଁ ଓଭନରେ ରଖିଦେଇଥିଲେ । ଫଳରେ ଅନେକ ନୋଟ୍ ପୋଡିଯାଇଥିବା ଜଣାପଡିଛି।

ଏଥିରୁ ଅଧିକାଂଶ ନୋଟ ନଷ୍ଟ ହୋଇଯାଇଥିବା ସୂଚନା । ବ୍ୟକ୍ତିଜଣଙ୍କର ଏଭଳି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *