କଟକଣା ଭିତରେ ପାଳନ ହେଉଛି ନୂଆଁଖାଇ

ସକାଳବ୍ୟୁରୋ: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ପଶ୍ଚିମ ଓଡିଶା ସମେତ ସାରା ରାଜ୍ୟ ଏଥିପାଇଁ ଉତ୍ସବ ମୁଖର। ଚଳିତ ଥର କୋଭିଡ କଟକଣା ଭିତରେ ପାଳନ ହେଉଛି ଗଣପର୍ବ । କରୋନା କଟକଣା କାରଣରୁ ଏଥର ସମସ୍ତେ ଘରେ ପାଳନ କରୁଛନ୍ତି ନୂଆଖାଇ । ପ୍ରତି ଘରୁ ଛୁଟି ଆସୁଛି ପିଠାପଣାର ବାସ୍ନା ।

ନୂଆଖାଇ ଅବସରରେ ଆଜି ସମଲେଶ୍ୱରୀ ମନ୍ଦିରରେ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ନବାନ୍ନ ଲାଗି ହୋଇଛି । ଏହି ସମୟ ମଧ୍ୟରେ ମାଆଙ୍କ ନିକଟରେ ଲାଗି ହୋଇଛି ନୂଆଁ ଅନ୍ନ । ତେବେ ଏଥର ନୂଆଖାଇ ଅବସରରେ ସମଲେଶ୍ୱରୀ ମନ୍ଦିରକୁ ନଆସିବାକୁ ମନ୍ଦିର ଟ୍ରଷ୍ଟ ନିବେଦନ କରିଛି । ଏଥର ନୂଆଖାଇରେ ବନ୍ଦ ରହିଛି ସାଧାରଣ ଦର୍ଶନ।

ଏହା ଏକ କୃଷି ଭିତିକ ପର୍ବ । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ନିଜେ ସେବନ କରନ୍ତି ସମସ୍ତେ । ନୂଆଖାଇରେ ସମସ୍ତଙ୍କ ଘରେ ପୁରା ପରିବାର ଲୋକଙ୍କ ଉପସ୍ଥିତିରେ ଭରି ଉଠେ। କରୋନା କଟକଣା ପାଇଁ ଫିକା ପଡିଛି ଏଥରର ନୂଆଁଖାଇ । କରୋନା ପାଇଁ ଅନେକ ପ୍ରକାର କଟକଣା। ସାମୁହିକ ନବାନ୍ନ ବାରଣ କରାଯାଇଛି । କେବଳ ଘରେ ଘରେ ହିଁ ଏହି ପର୍ବ ପାଳନ ହେବ ।

Leave a Reply

Your email address will not be published. Required fields are marked *