ଆବୁଧାବିରେ ଗଜାନନ ପୂଜା

ସକାଳ ବ୍ୟୁରୋ:କରୋନା ଭଳି ମହାମାରୀ ଯୋଗୁଁ ଅନେକ ସ୍ଥାନରେ ଅନେକ ଲୋକ ଫସି ରହିଛନ୍ତି। କେହି କେହି ନିଜ ଘରକୁ ଫେରିଥିବା ବେଳେ କାମ ଧନ୍ଦା ଆରମ୍ଭ ହେଉଥିବାରୁ ଅନେକ ନିଜ ଘରକୁ ମଧ୍ୟ ଫେରି ନାହାନ୍ତି ।

ଏହି ସଙ୍କଟ ସମୟରେ ଆଜି ପବିତ୍ର ଗଣେଶ ପୂଜା ଅବସରରେ ପ୍ରବାସୀ ଓଡ଼ିଆ ଭାଇମାନଙ୍କ ଦ୍ଵାରା ସୁଦୂର ସଂଯୁକ୍ତ ଆରବ ଏମିରେଟ୍ସ ସ୍ଥିତ ଆବୁଧାବି ଇଲେକ୍ଟ୍ରା ରେ ଗଣେଶ ପୂଜା ଉତ୍ସବ ପାଳନ
ହୋଇଛି ।

ଏହି ପୂଜାରେ ପ୍ରମୁଖ ସଦସ୍ୟ ମାନଙ୍କ ମଧ୍ୟରେ ଅଭିନନ୍ଦନ ଚୌଧୁରୀ, ସୁନୀଲ ମହାନ୍ତି, ଅରୁଣ ମହାନ୍ତି, ବିଜୟକାନ୍ତ ଦୁବେ, ରୋହିତ ସାମଲ, ରାକେଶ ପଟ୍ଟନାୟକ, ଅମରଜିତ୍ ଦାସ ଆଦି ଉପସ୍ଥିତି ରହି ପୂଜାତ୍ସୋବଟିକୁ ସୁରୁଖୁୁରୁରେ ସମ୍ପାଦନ କରିଥିଲେ ।

ବିଦେଶରେ ରହି ମଧ୍ୟ ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛନ୍ତି ଏମାନେ । ଭଗବାନଙ୍କ ଆଶୀର୍ବାଦ ସହ ଆତ୍ମସନ୍ତୋଷ ଓ ଦିବ୍ୟ ଶାନ୍ତିଲାଭ କରିଥିବା ଅନ୍ୟ ଏକ ସଦସ୍ୟ ରୋହିତ ସାମଲଙ୍କଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *