ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା

ଭୁବନେଶ୍ୱର:ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ସେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି।
ଗତ କିଛି ଦିନ ମଧ୍ୟରର ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ସତର୍କ ରହିବା ସହ ନିଜକୁ ଆଇସୋଲେସନରେ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି। କୌଣସି ଲକ୍ଷଣ ଯଦି ଦେଖାଦିଏ ତେବେ ସ୍ୱାବ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *