ନିଲାମ ହେଲା ବିଦ୍ୟାଙ୍କ ସମ୍ବଲପୁରୀ ଶାଢ଼ୀ; ଜାଣନ୍ତୁ, କେତେ ଟଙ୍କାରେ ହେଲା ବିକ୍ରି

ଭୁବନେଶ୍ୱର୍: ଶକୁନ୍ତଳା ଦେବୀ ପ୍ରମୋଶନରେ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଗାଣିତିକ ଶାଢୀ ନିଲାମ ହୋଇଛି ।

ଏହି ଶାଢ଼ୀ ଅନେକ ଦିନ ଧରି ଚର୍ଚ୍ଚାର ବିଷୟବସ୍ତୁ ସାଜିଥିବା ବେଳେ ଏହାକୁ ୫୫ ହଜାର ଟଙ୍କାରେ ନିଲାମ କରାଯାଇଛି । ଫିଲ୍ମର ପ୍ରମୋସନ ପୂର୍ବ ଦିନ ବିଦ୍ୟା ବାଲନ ଏହି ଶାଢୀଙ୍କୁ ପିନ୍ଧିଥିବା ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାର ବୁଣାକାରଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ ।

ଏହାକୁ କିଣିଛନ୍ତି ଓଡିଆ ଝିଅ ଦେବାଂଶି ମିଶ୍ର । ଦେବାଂଶି ଆଇଆଇଟି ଗୌହାଟ୍ଟୀର ଛାତ୍ରୀ ଅଟନ୍ତି । ତେବେ ଏହି ନିଲାମ ଅର୍ଥ ଏହାକୁ ବୁଣିଥିବା ଭାଗବତ ମେହେରଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ । ଏହି ପାରମ୍ପରିକ ବୁଣା ଶାଢୀକୁ ବୁଣିବାକୁ ଭାଗବତଙ୍କୁ ଏକ ମାସ ଲାଗିଥିଲା । ଏ ନେଇ ଉତ୍କଳ ଅମ୍ରିତା ଟ୍ୱିଟରେ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *