କମିଲା ସଂକ୍ରମଣ: ବିନା ମାସ୍କରେ ଆତଯାତ କରିବାକୁ ଲୋକଙ୍କୁ ଅନୁମତି

ବେଜିଙ୍ଗ: ଲଗାତାର ୨ ସପ୍ତାହ ହେବ କୌଣସି ନୂଆ ସଂକ୍ରମିତ ଚିହ୍ନଟ ନହେବା ଫଳରେ ଚୀନ୍‌ର ରାଜଧାନୀ ବେଜିଙ୍ଗ୍‌ରେ ଜନସାଧାରଣଙ୍କୁ ବିନା ମାସ୍କ୍‌ରେ ବାହାରେ ଚଳପ୍ରଚଳ କରିବାକୁ ଅନୁମତି ଦେଇଛନ୍ତି।
କଟକଣା କୋହଳ କରାଯାଇଥିଲେ ମଧ୍ୟ ବହୁସଂଖ୍ୟକ ଲୋକ ମାସ୍କ୍‌ ପରିଧାନ କରିଥିବା ଦେଖିବାକୁ ମିଳିଛି।

ରାଜଧାନୀ ବେଜିଙ୍ଗ୍‌ରେ କୋଭିଡ୍-୧୯ କଟକଣାରୁ ମାସ୍କ୍‌ ବାଦ ଦିଆଯିବାରେ ଏହା ହେଉଛି ଦ୍ବିତୀୟ ଘଟଣା। ସହରରେ ପରିସ୍ଥିତି ସ୍ବାଭାବିକ ହେବା ପରେ ଲୋକ ମାନେ ମାସ୍କ୍‌ ନପିନ୍ଧିଲେ ଚଳିବ ବୋଲି ଏପ୍ରିଲ୍‌ ଶେଷ ଆଡକୁ ସ୍ବାସ୍ଥ୍ୟ ଅଧିକାରୀମାନେ କହିଥିଲେ। ମାତ୍ର ଜୁନ୍‌ରେ ପୁଣି ସଂକ୍ରମଣ ଚିହ୍ନଟ ହେବା ପରେ ମାସ୍କ୍‌ ପିନ୍ଧିବାକୁ କଟକଣା ପର୍ଯ୍ୟାୟଭୁକ୍ତ କରାଯାଇଥିଲା।

ସଂକ୍ରମଣ ନଥିଲେ ସୁଦ୍ଧା ମାସ୍କ୍‌ ପିନ୍ଧିବା ଦ୍ୱାରା ସେମାନେ ନିରାପଦ ଅନୁଭବ କରୁଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *