ସ୍ବର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ

ସକାଳ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ଦ୍ଵିତୀୟ ପୁଣ୍ୟତିଥି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ଅନେକ ବରିଷ୍ଠ ତଥା ତୁଙ୍ଗ ନେତୃବୁନ୍ଦ ବାଜେପେୟୀଙ୍କୁ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଛନ୍ତି।

ବାଜପେୟୀଙ୍କ ପୁଣ୍ୟତିଥିରେ ଆଜି ସାରା ଦେଶ ତାଙ୍କୁ ମାନେପକାଉଛି। ୨୦୧୮ ଅଗଷ୍ଟ ୧୬ରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ସକାଳ ୫ଟା ୫ରେ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଅସ୍ଥି ଭାରତର ୧୦୦ଟି ନଦୀରେ ବିସର୍ଜନ କରାଯାଇଥିଲା।

ଅଟଳ ବିହାରୀ ବାଜପେୟୀ ୯ଥର ଲୋକସଭା ସାଂସଦ ହୋଇଥିବା ବେଳେ ୨ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେହିପରି ୩ଥର ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ ବାଜପେୟୀ ।
୧୯୯୬ରେ ସେ ୧୩ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୧୯୯୮ରେ ୧୧ମାସ ଧରି କ୍ଷମତାରେ ଥିବାବେଳେ ୧୯୯୮ରୁ ୨୦୦୪ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୫ ମସିହାରେ ଭାରତ ରତ୍ନ ଉପାଧିରେ ସମ୍ମାନିତ ହୋଇଥିଲେ ବାଜପେୟୀ ।

Leave a Reply

Your email address will not be published. Required fields are marked *