ସାରା ଦେଶ ଆଜି ପାଳୁଛି ଉତ୍ସବ ସ୍ୱାଧୀନତାର

ସକାଳ ବ୍ୟୁରୋ: ଆଜି ହେଉଛି ୭୪ ତମ ସ୍ଵାଧିନତା ଦିବସ । ଏହା ଭାରତର ଏକ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ରଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ଜଣ ମାନସରେ ବଞ୍ଚାଇ ରଖିବା ପାଇଁ ପ୍ରତିବର୍ଷ ୧୫ ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଅନେକ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି। ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।

ସ୍ୱାଧୀନତା ପୂର୍ବରୁ କେବେ ପାଳନ ହେଉଥିଲା ‘ସ୍ୱାଧୀନତା ଦିବସ’

ଭାରତୀୟ ଜାତୀୟ କଂଗ୍ରେସର ୧୯୨୯ ଲାହୋର ଅଧିବେଶନରେ ପୂର୍ଣ୍ଣ ସ୍ୱାଧୀନର ଘୋଷଣା ହେବା ସହିତ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବେ ଘୋଷଣା କରାଗଲା । ଦେଶବାସୀଙ୍କୁ ବ୍ରିଟିଶଶାସନରେ ଅସହଯୋଗ ପ୍ରଦର୍ଶନ କରିବା ପାଇଁ ନିବେଦନ କରିବା ସହ ପୂର୍ଣ୍ଣ ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ କଂଗ୍ରେସର ପ୍ରତ୍ୟେକ ନିର୍ଦ୍ଦେଶକୁ ମାନିବାକୁ ମଧ୍ୟ କୁହାଯାଇଥିଲା । ତେବେ ୧୯୩୦ରୁ ୧୯୪୬ ମସିହା ପର୍ଯ୍ୟନ୍ତ କଂଗ୍ରେସ ଜାନୁଆରୀ ୨୬ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରିଥିଲା । ସାଧାରଣସଭା ଆୟୋଜନଦ୍ୱାରା ସେତେବେଳେ ସ୍ୱାଧୀନତା ଦିବସ ପାଳିତ ହେଉଥିଲା, ଯେଉଁଥିରେ ଯୋଗ ଦେଇଥିବା ବ୍ୟକ୍ତିମାନେ ସ୍ୱାଧୀନତାର ପ୍ରତିଜ୍ଞା ନେଉଥିଲେ ।

Leave a Reply

Your email address will not be published. Required fields are marked *