ମୃତ୍ୟୁ ମିଟର ଉପର ମୁହାଁ

ସକାଳ ବ୍ୟୁରୋ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୧୫୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।
ଗତ ୨୪ ଘଣ୍ଟାରେ ଦେଶରେ ୮୩୪ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ ରାଜ୍ୟରେ ଗୋଟିଏ ଦିନରେ ଯାଇଛି ୯ ଜଣଙ୍କ ପ୍ରାଣ। ରିପୋର୍ଟ ଅନୁସାରେ ଭାରତରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୪୬,୦୯୧ ଜଣଙ୍କର ପ୍ରାଣ ଗଲାଣି । ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୩୦୫ ଜଣଙ୍କ ମୁଣ୍ଡ ନେଲାଣି କରୋନା ।

ଅଗଷ୍ଚ ୩ରୁ ଯାଏଁ ଦେଶରେ ପାଖାପାଖି କରୋନା ନେଇଛି ୮ ହଜାରରୁ ଅଧିକ ମୁଣ୍ଡ । ପୂର୍ବ ସପ୍ତାହରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଥିଲା ୫ ହଜାର ୩୪୫ । ଅର୍ଥାତ୍ ଗତ ସପ୍ତାହରେ ମୃତ୍ୟୁହାର ପାଖାପାଖି ୧୫ ପ୍ରତିଶତ ଅଧିକ ରହିଛି ।

ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ ଆଜି ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ଟେଷ୍ଟିଂ କ୍ଷମତା ବି ବୃଦ୍ଧି କରାଯାଇଛି । ବର୍ତ୍ତମାନ ଦେଶରେ ପାଖାପାଖି ୫ ଲକ୍ଷ କୋଭିଡ୍ ଟେଷ୍ଟ କରାଯାଉଛି ।

ସେହିପରି ରାଜ୍ୟରେ ଗତ ଏକ ସପ୍ତାହକ ମଧ୍ୟରେ ପାଖାପାଖି ୧୦୦ ଟି ମୁଣ୍ଡ ନେଲାଣି କରୋନା। ରାଜ୍ୟରେ ପ୍ରତିଦିନ ଏହି ସଂକ୍ରମଣର ଗ୍ରାଫ ବଢି ଚାଲିଛି ।

ଜୁଲାଇ ମାସରେ ଦିନକୁ ସଂକ୍ରମଣ ସଂଖ୍ୟା ପ୍ରତିଦିନ ୧୦୦ ପାର କରୁଥିଲା । ଏଭଳି ସ୍ଥିତିରେ ଅଗଷ୍ଟ ମାସରେ କରୋନା ସ୍ଥିତି ରାଜ୍ୟରେ ଶୀର୍ଷ ସ୍ତରକୁ ଯାଇ ତାପରେ ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । 

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି । ଅନ୍ୟ କିଛି ଜଟିଳ ରୋଗ ଥିବାରୁ ରୋଗୀଙ୍କ ମୃତ୍ୟୁ ହେଉଛି । ସରକାରଙ୍କ ଟାର୍ଗେଟ୍ ରହିଛି, ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଟେଷ୍ଟ କରାଗଲେ ଏହାକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *