ସମୁଦ୍ର ଗର୍ଭରେ ଏଲିୟନ !

ସକାଳ ବ୍ୟୁରୋ: ପୃଥିବୀ ପୃଷ୍ଠରେ ଏଲିୟନ ! ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା!? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କଥା…ଅଷ୍ଟ୍ରେଲିଆର କେନେଟ ନଦୀର ମୁହାଣରେ ଦେଖିବାକୁ ମିଳିଛି ଏକ ଅତ୍ୟନ୍ତ ଦୁର୍ଲ୍ଲଭ ଓ ବୃହତ ଜୀବ। ଏହି ଜୀବଟି ଏଲିୟନ ସଦୃଶ ଦେଖାଯାଉଥିବା କୁହାଯାଉଛି। ଏହା ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରାନ୍ତରେ ଦକ୍ଷିଣ-ପଶ୍ଚିମ ତଟରେ ସ୍ଥିତ କେନେଟ ନଦୀର ମୁହାଣରେ ଦେଖାଯାଇଛି।ଏଲିୟନ ଭଳି ଦେଖାଯାଉଥିବା ଏହି ଜୀବ ହେଉଛି ଏକ ସାମୁଦ୍ରିକ ମାଛ । ଯାହାର ନାମ ହେଉଛି ସୂର୍ଯ୍ୟମାଛ ବା ଓସିୟନ ସନଫିସ। ଏହି ସୂର୍ଯ୍ୟ ମାଛଟିକୁ ପ୍ରଥମେ ୨ଜଣ ପଶୁ ଡ଼ାକ୍ତର ତଟରେ ଦେଖିଥିଲେ। ତାଙ୍କ ମତରେ ସେ ପୂର୍ବରୁ କେବେ ଏଭଳି ଜୀବ ଦେଖିନଥିଲେ।ଏହି ମାଛଟିର ଲମ୍ଵ ଓ ଉଚ୍ଚତା ପାଖାପାଖି ୨ ମିଟର ହେବ । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ନିଜ ପ୍ରଜାତିର ସବୁଠୁ ଛୋଟ ମାଛ। ଏହାର ୨ ଗୁଣ ମାଛ ମଧ୍ୟ ରହିଛନ୍ତି।ଏହାପରେ ଏହି ମାଛଟିକୁ ପର୍ଯ୍ୟଟକ ଦଳ ମଧ୍ୟ ଦେଖିଥିବା ଜଣାପଡ଼ିଛି। ସେ ମଧ୍ୟ କହିଲେ ଏହି ମାଛଟି ଏଲିୟନ ଭଳି ଦେଖାଯାଉଛି।

Leave a Reply

Your email address will not be published. Required fields are marked *