ସାବଧାନ ଧୂମ୍ରପାନକାରୀ! କରୋନା ସଂକ୍ରମିତ ହେଲେ ଯାଇପାରେ ଜୀବନ

ସକାଳ ବ୍ୟୁରୋ: ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ କରୋନା । ଏହାକୁ ନେଇ ତଥ୍ୟ ପ୍ରଦାନ କରିଛନ୍ତି ୟୁରୋପୀୟ ସଙ୍ଘ ଏଜେନ୍ସିର ବୈଜ୍ଞାନିକ ଦଳ ।

ରୋଗ ନିୟନ୍ତ୍ରଣ ଓ ନିବାରଣର ୟୁରୋପୀୟ ସେଣ୍ଟର କୋଭିଡ-୧୯ରେ ପୀଡିତ ଥିବା ସବୁଠାରୁ ଦୁର୍ବଳ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା ।

ୟୁରୋପୀୟ ସଙ୍ଘର ଏକ ରିପୋର୍ଟ ଅନୁସାରେ, ୭୦ ବର୍ଷରୁ ଅଧିକ ବୟସ୍କ, ଉଚ୍ଚ ରକ୍ତଚାପ, ମଧୁମେହ କିମ୍ବା ହୃଦରୋଗ ଭଳି ସ୍ଥିତି ଥିବା ବ୍ୟକ୍ତି କୋଭିଡ-୧୯ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି । ଏହାସହ ଧୂମ୍ରପାନ କରୁଥିବା ବ୍ୟକ୍ତି ମଧ୍ୟ ଶ୍ୱାସକ୍ରିୟାରେ ଅସୁବିଧା ଭୋଗନ୍ତି । ସେଥିପାଇଁ ସେମାନଙ୍କୁ ମଧ୍ୟ ଦୁର୍ବଳ ଶ୍ରେଣୀରେ ଚିହ୍ନଟ କରିବା ପାଇଁ ଇସିଡିସି ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏକ ଚୀନ ବୈଜ୍ଞାନିକ ଦଳ ଦ୍ୱାରା ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ବରିଷ୍ଠ ନାଗରିକଙ୍କ ଠାରୁ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଠାରେ କରୋନା ଦ୍ୱାରା ମୃତ୍ୟୁ ହେବାର ଆଶଙ୍କା ଢେର ଅଧିକ ରହିଥାଏ ।

Leave a Reply

Your email address will not be published. Required fields are marked *