ଅଗଷ୍ଟ କ୍ରାନ୍ତି ଦିବସ…

ସକାଳବ୍ୟୁରୋ: ଭାରତ ଇତିହାସରେ ଅଗଷ୍ଟ ମାସକୁ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ ବୋଲି କୁହାଯାଏ । ଅଗଷ୍ଟ ୯ ତାରିଖ ଭାରତ ଇତିହାସର ଏକ ଅଭୁଲା ଦିନ।

ଭାରତକୁ ବ୍ରିଟିଶମୁକ୍ତ କରିବା ପାଇଁ ୧୯୪୨ ଅଗଷ୍ଟ ୯ ତାରିଖ ଦିନ ଭାରତଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ମହାତ୍ମା ଗାନ୍ଧି। ଯାହାପରେ ଭାରତବାସୀ ଏକଜୁଟ୍‌ ହୋଇ ବ୍ରିଟିଶଙ୍କ ବିରୋଧରେ ଲଢ଼େଇ କରିଥିଲେ। ଯାହାର ଫଳ ସ୍ୱରୂପ ବ୍ରିଟିଶମାନେ ମୁଣ୍ଡ ନୁଆଇଁ ଥିଲେ।ଏହି ଆନ୍ଦୋଳନକୁ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା।

ମୁମ୍ବାଇର ଜଣେ ଯୁବକ ଅରୁଣା ଆସିକ ଅଲ୍ଲୀ ଗ୍ୱାଲିଆ ଟ୍ୟାଙ୍କ ମଇଦାନରେ( ବର୍ତ୍ତମାନ କ୍ରାନ୍ତି ମଇଦାନ) ପତାକା ଉଡ଼ାଇ ଏହି ଆନ୍ଦୋଳନ ପାଇଁ ଶଙ୍ଖଧ୍ୱନି ଦେଇଥିଲେ।

୧୯୪୨ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ୧୯୪୭ରେ ଶେଷ ହୋଇଥିଲା। ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଭାରତ ଓ ଇଂରେଜ ସରକାର ଭାରତ ଛାଡ଼ିଥିଲେ। ଅଂହିସା ଭାବେ ଏହି ଆନ୍ଦୋଳନର ଡାକରା ଦେଇଥିଲେ ଗାନ୍ଧୀ। ମାତ୍ର ଆନ୍ଦୋଳନ ସମୟରେ ଅନେକ ସ୍ଥାନରେ ହିଂସା, ଦଙ୍ଗା ଆଦି ଦେଖିବାକୁ ମିଳିଥିଲା। ଦେଶ ପାଇଁ ଜୀବନ ଦେଇଥିବା ସେହି ବୀର ସଂଗ୍ରମୀମାନଙ୍କ ବଳିଦାନକୁ ଆଜି ମନେ ପକାଉଛନ୍ତି କୋଟି କୋଟି ଭାରତୀୟ।

Leave a Reply

Your email address will not be published. Required fields are marked *