କେରଳରେ ବ୍ଲାକ ଫ୍ରାଇଡେ: ମାଟି ଧସିଲା, ବିମାନ ଖସିଲା

ସକାଳ ବ୍ୟୁରୋ: ଗଡ୍ସ ଓନ ଲ୍ୟାଣ୍ଡ କୁହାଯାଉଥିବା କେରଳରେ ଭୟଙ୍କର ଅଘଟଣ। ସକାଳେ ମାଟି ଧସିଲା, ସଂଧ୍ୟାରେ ବିମାନ ଖସିଲା।

ଆଜି ସନ୍ଧ୍ୟା ପାଖାପାଖି ୭.୩୦ ରେ କେରଳର କୋଝିକୋଡର କରିପୁର ବିମାନ ବନ୍ଦରରେ ଲ୍ୟାଣ୍ଡ କରୁଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ବିମାନଟି ଅବତରଣ କରୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବିମାନରେ ମୋଟ ୧୯୧ ଜଣ ଯାତ୍ରୀଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଠିକ ତଥ୍ୟ ଏଯାଏଁ ହସ୍ତଗତ ହୋଇ ନାହିଁ । ଏହି ବିମାନଟି ‘ବନ୍ଦେ ଭାରତ ମିଶନ’ରେ ଭାରତୀୟଙ୍କ ନେଇ ଦୁବାଇରୁ କୋଝିକୋଡ ଆସୁଥିଲା ।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ କେରଳ ଇଦୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି । ଏହି ଭୂସ୍ଖଳନରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ଗତ ଦୁଇ ଦିନ ହେବ ଇଦୁକି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଓ ପାହାଡ଼ରୁ ମାଟି ଅତଡ଼ା ଧସିବା ଯୋଗୁ ଧୋଇ ଯାଇଛି ପୂରା ଅଞ୍ଚଳ । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାମ । ନିୟୋଜିତ ଅଛନ୍ତି ଏନଡିଆରଏଫ୍ ଟିମ୍ ।

ଗୋଟିଏ ଦିନରେ ଦୁଇ ଦୁଇଟି ଅଘଟଣକୁ ସମ୍ନା କରିଥିବା କେରଳ ପାଇଁ ଆଜି ଦିନଟି ବ୍ଲାକ ଫ୍ରାଇଡେ ଥିଲା କହିଲେ ଭୁଲ ହେବ ନାହିଁ ।

Leave a Reply

Your email address will not be published. Required fields are marked *