ରାଜ୍ୟରେ ୬ ନୂଆ ଥାନା ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ୬ ଟି ନୂତନ ଥାନା ପ୍ରତିଷ୍ଠାକୁ ଶୁକ୍ରବାର ଦିନ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଓଡିଶା ପୋଲିସରେ ୯୦୫ଟି ପଦବୀ ପାଇଁ ମଧ୍ୟ ନବୀନ ଅନୁମୋଦନ କରିଛନ୍ତି । ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନାଗରିକ ମାନଙ୍କୁ ସେବା ପ୍ରଦାନ କରିବା ଲାଗି ୨୨୦ ପୋଲିସ ଷ୍ଟେସନ୍ ପାଇଁ ୯୦୫ ପୋଲିସ ପଦବୀକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଓଡିଶାବାସୀଙ୍କୁ ସେବା ପ୍ରଦାନରେ ସହାୟକ ହେବ ।

ଏହାପୂର୍ବରୁ, ମୁଖ୍ୟମନ୍ତ୍ରୀ ନବୀନ ପୋଲିସ ମହାନିର୍ଦ୍ଦେଶକଙ୍କୁ ଥାନାରେ ଅଧିକ କର୍ମଚାରୀ ନିୟୋଜିତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବିଭିନ୍ନ ଜିଲ୍ଲାରେ ୬ ଟି ନୂତନ ପୋଲିସ୍ ଷ୍ଟେସନ୍ ନିର୍ମାଣକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଥାନାଗୁଡିକର ଶାଖା ବିଭାଜିତ ହେବ, ସେଥିମଧ୍ୟରେ ରହିଛି:

ଭୁବନେଶ୍ୱରର ଖଣ୍ଡଗିରି, ଭଦ୍ରକ (ଗ୍ରାମାଞ୍ଚଳ), ଅନୁଗୁଳ ଟାଉନ୍, ଝାରସୁଗୁଡା ଟାଉନ୍, ଗଞ୍ଜାମ ଏବଂ ଭଦ୍ରକର ତିହିଡି।

Leave a Reply

Your email address will not be published. Required fields are marked *