ଯୁବପୀଢ଼ିଙ୍କ ସ୍ୱପ୍ନ ସାକାର କରିବାରେ ସାହାଯ୍ୟ କରିବ ନୂଆ ଶିକ୍ଷାନୀତି:ପ୍ରଧାନମନ୍ତ୍ରୀ

ସକାଳ ବ୍ୟୁରୋ: ଦେଶର ନୂତନ ଶିକ୍ଷାନୀତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଏକ ପ୍ରେସ କନଫ୍ରେନ୍ସରେ ଦେଶର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ସମ୍ପର୍କରେ କହିଛନ୍ତି ମୋଦୀ। ଏହି ନୂଆ ଶିକ୍ଷା ନୀତିକୁ ସମ୍ପୂର୍ଣ୍ଣ ଭାବେ ସାରା ଦେଶରେ ଲାଗୁ କରାଯିବ ବୋଲି ମୋଦୀ କହିଛନ୍ତି ।

ଏହାଦ୍ୱାରା ଯୁବପିଢି ସୃଜନଶୀଳ ଚିନ୍ତାଧାରା ଅନୁସରଣ କରିବାକୁ ସକ୍ଷମ ହେବେ । ଏହି ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କ ଚିନ୍ତା ଶକ୍ତିକୁ ପ୍ରଖର କରିବ ବୋଲି ମୋଦୀ କହିଛନ୍ତି । ଏହାବ୍ୟତିତ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ‘ଛାତ୍ରଙ୍କ ଶିକ୍ଷା’ ଏବଂ ଡିଗନିଟି ଅଫ୍ ଲେବର ଉପରେ କାମ କରାଯାଇଥିବା ସେ କହିଛନ୍ତି ।

ଯଦି ପିଲାଟିର ଘରେ ଓ ସ୍କୁଲରେ ପଢାଯାଉଥିବା ଭାଷା ଏକପ୍ରକାର ହୁଏ ତେବେ ପିଲାଟି ନିଶ୍ଚୟ ଶିକ୍ଷା କ୍ଷେତ୍ରରେ ଅଧିକ ସଫଳ ହେବ । ସେଥିପାଇଁ ଯେତେ ସମ୍ଭବ ପିଲାଟିଏକୁ ୫ମ ପର୍ଯ୍ୟନ୍ତ ନିଜ ମାତୃଭାଷାରେ ପଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯିବା ଉଚିତ୍ । ଆହୁରି ମଧ୍ୟ ଆମର ଏହି ନୂତନ ଶିକ୍ଷାନୀତି ଯୁବପିଢିଙ୍କୁ ନିଜ ନିଜର ସ୍ୱପ୍ନକୁ ସାକାର କରିବାରେ ସହଯୋଗ ମଧ୍ୟ କରିବ ବୋଲି ମୋଦୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *