ଖୋଲିବ ରହସ୍ୟ: ସିବିଆଇ ହାତକୁ ଗଲା ସୁଶାନ୍ତ ସିଂ ମୃତ୍ୟୁ ମାମଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଆହୁରି ବଢ଼ି ବଢି ଚାଲିଛି । ପ୍ରକୃତ ସତକୁ ପଦାକୁ ଆଣିବାକୁ ତଦନ୍ତ ଭାର ନେଇଛି ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ । ବିହାର ସରକାରଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମାମଲାକୁ ପାଟନାରୁ ବିହାର ସ୍ଥାନାନ୍ତରଣ ପାଇଁ କରିଥିବା ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବା ସହ ସିବିଆଇ ତଦନ୍ତ ସୁପାରିଶକୁ ମଧ୍ୟ କେନ୍ଦ୍ର ସରକାର ଗ୍ରହଣ କରିଥିବା କୋର୍ଟଙ୍କୁ ଅବଗତ କରାଇଥିଲେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ।

ସୂଚନା ଅନୁସାରେ, ଖୁବଶୀଘ୍ର ଗଠନ ହେବ ତଦନ୍ତକାରୀ ଟିମ୍ । ସୁଶାନ୍ତ ଓ ସୁଇସାଇଡକୁ ନେଇ ଦିନକୁ ଦିନ ବଢୁଛି ସସପେନ୍ସ । ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ସହ ନ୍ୟାୟ ପାଇଁ ଚାରୁଆଡୁ ଉଠୁଛି ଦାବି ।

ଅନ୍ୟପଟେ ସୁଶାନ୍ତଙ୍କ ବାପା ପାଟଣା ଥାନାରେ
ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *