ଅମିତ ପଜିଟିଭ୍, ଅମିତ୍ ନେଗେଟିଭ୍

ନୂଆଦିଲ୍ଲୀ: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ଶାହା ନିଜେ ଟୁଇଟ୍ କରି ଜଣାଇଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ପରେ ମୁଁ ପରୀକ୍ଷା କରାଇଲି ଏବଂ ରିପୋର୍ଟିଂ ପଜିଟିଭ ଆସିଛି | ମୋର ସ୍ୱାସ୍ଥ୍ୟ ଅବସ୍ଥା ଭଲ, କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମୋତେ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ଆପଣମାନେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସମ୍ପର୍କରେ ଆସିଥିବା ବ୍ୟକ୍ତି ମାନେ, ଦୟାକରି ସଂଗରୋଧରେ ରୁହନ୍ତୁ ଓ ନିଜକୁ ଆଇସଲେଟ କରନ୍ତୁ। ଶାହାଙ୍କ ଟ୍ୱିଟ ପରେ ଅନେକ ସମର୍ଥକ ତାଙ୍କୁ ରି ଟ୍ୱିଟ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅନ୍ୟପଟେ ସୁପରଷ୍ଟାର ଅମିତାଭ ବଚ୍ଚନ ଏହି ମହାମାରୀରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।ଆଜି ତାଙ୍କ ଟେଷ୍ଟ ନେଗେଟିଭ ଆସିଛି । ଏବେ ସେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ସହ ଘରକୁ ଫେରିଛନ୍ତି । ଏନେଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅମିତାଭ ବଚ୍ଚନଙ୍କ ଚିକିତ୍ସା ଜାରି ରହିଥିଲା । ଏଥିସହ ଆରୋଗ୍ୟ କାମନା କରିଥିବା ବ୍ୟକ୍ତିମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *