ଜାଣନ୍ତୁ ଏହି ମହିଳାଙ୍କୁ; ୧୫ ବର୍ଷରେ ଖାଇ ଗଲେଣି ୮ ଲକ୍ଷରୁ ଅଧିକ ମୂଲ୍ୟର ପାଉଡର

ଭୁବନେଶ୍ୱର: ମହିଳାମାନେ ସଜେଇ ହେବାକୁ ପସନ୍ଦ କରନ୍ତି । ଏଥିପାଇଁ ସେମାନଙ୍କୁ, ପାଉଡର, ସ୍ନୋ, ଲିପଷ୍ଟିକ ଭଳି ବିଭିନ୍ନ ସାମଗ୍ରୀ ପ୍ରତି ଅଧିକ ଆକର୍ଷଣ ରହିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଅଦ୍ଭୁତ ମହିଳାଙ୍କ ସମ୍ପର୍କରେ ଜଣାଇବୁ ଯାହାଙ୍କର ପାଉଡର ଲଗାଇବା ବଦଳରେ ଖାଇବା ର ସଉକ ଅଛି । ହଁ ଆଜ୍ଞା ଆପଣ ଠିକ ପଢିଲେ। ଦେହରେ ଲଗାଇବା ବଦଳରେ ପାଉଡର ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି ଏହି ମହିଳା ଜଣଙ୍କ।

ଏହି ମହିଳାଙ୍କ ନାଁ ହେଉଛି ଲିସା ଏଣ୍ଡରସନ । ତାଙ୍କର ବୟସ ୪୪ ବର୍ଷ ଓ ସେ ଲଣ୍ଡନର ବାସିନ୍ଦା ଅଟନ୍ତି ।

ତଥ୍ୟ ଅନୁଯାୟୀ ଲିସା ୧୫ ବର୍ଷ ମଧ୍ୟରେ ୮ଲକ୍ଷରୁ ଊଦ୍ଧ୍ୱ ଟଙ୍କାର ପାଉଡର ଖାଇ ସାରିଲେଣି । ପ୍ରତିଦିନ ସେ ୨୦୦ଗ୍ରାମରୁ ଅଧିକ ପାଉଡର ଖାଆନ୍ତି ବୋଲି କହିଛନ୍ତି ।
“ମୋ ଛୋଟ ଛୁଆକୁ ଯେତେବେଳେ ପ୍ରଥମେ ଗାଧେଇ ସାରିଲା ପରେ ପାଉଡର ଲଗାଇଲି ଏହାର ବାସ୍ନାରେ ବିଭୋର ହୋଇପଡିଲି । ଏହାକୁ ଲୁଚେଇ ଖାଇଲି । ପରେ ଏହା ନିଶାରେ ପରିଣତ ହୋଇଗଲା” ବୋଲି ଲିସା କହିଛନ୍ତି ।

“୧୦ ବର୍ଷ ପର୍ଯ୍ୟନ୍ତ ଏହି କଥା ଘରଲୋକ ଜାଣି ନ ଥିଲେ । ଜଣେ ଅନ୍ତରଙ୍ଗ ବନ୍ଧୁ ବାରମ୍ବାର ବାଥରୁମ ଯିବା କାରଣ ପଚାରିବାରୁ ତାଙ୍କୁ ସତକଥା କହିଥିବା କହିଛନ୍ତି ଲିସା । ଏ ସମ୍ପର୍କରେ ଡାକ୍ତରଙ୍କୁ ପଚରାଯିବାରୁ ସେ କହିଥିଲେ ଲିସା ପିକା(ଚସମବ) ସିଣ୍ଡ୍ରମରେ ପୀଡିତ ।

ଏଥିରେ ଆକ୍ରାନ୍ତ ବ୍ୟକ୍ତି ରଙ୍ଗ, ଧୂଳି ଓ ଖରାପ ଖାଦ୍ୟ ଖାଇଥାନ୍ତି । ସେମାନେ ଖାଦ୍ୟର ଭଲ ମନ୍ଦ ବିଷୟରେ ଜାଣି ପାରନ୍ତି ନାହିଁ । ପାଉଡର ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଯଥାଶୀଘ୍ର ଭି ଅଭ୍ୟାସ ନ ଛାଡିଲେ ସେ ଭବିଷ୍ୟତରେ ଅସୁବିଧାରେ ପଡିବେ ବୋଲି ଡାକ୍ତର ତାଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *