ବନ୍ଧୁତା ଦିବସ: କେବେଠୁ ଓ କାହିଁକି ହୁଏ ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସ। ବନ୍ଧୁଙ୍କ ପାଇଁ ଦିନଟିଏ । ବନ୍ଧୁତ୍ୱର ପରିଭାଷା ଅବର୍ଣ୍ଣନୀୟ । ବନ୍ଧୁର ମହତ୍ତ୍ୱ ଅନ୍ୟ ସମ୍ପର୍କ ଅପେକ୍ଷା ଢେର ଅଧିକା । ବନ୍ଧୁଟିଏ ଜୀବନରେ ରହିବା ଏକାନ୍ତ ଜରୁରୀ। କୁହାଯାଏ ଭଲ ବନ୍ଧୁ ଟିଏ ପାଇବା କୋଟି ଜନ୍ମର ସାର୍ଥକତା ହୋଇଥାଏ । ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି । ବନ୍ଧୁତା ଏକ ବିଶାଳ ଉଦାହରଣ ହେଉଛି କୃଷ୍ଣ-ସୁଦାମଙ୍କ ବନ୍ଧୁତା । ଆଜି ସାରା ବିଶ୍ୱରେ ପାଳନ ହେଉଛି ବନ୍ଧୁତା ଦିବସ ।

କେବେଠୁ ପାଳନ ହେଉଛି ଏହି ଦିବସ

ଜଣେ ବ୍ୟକ୍ତି ଜୀବନରେ ବନ୍ଧୁର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଓ ବନ୍ଧୁଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ବ୍ୟକ୍ତ କରିବାର ଉଦ୍ଦେଶ୍ୟରେ ଆମେରିକୀ କଂଗ୍ରେସ୍ ୧୯୩୫ରେ ଫ୍ରେଣ୍ଡସିପ୍ ଡେ ପାଳିବାକୁ ଘୋଷଣା କରିଥିଲେ । ଆମେରିକୀ କଂଗ୍ରେସର ଏହି ଘୋଷଣା ପରେ ବିଭିନ୍ନ ରାଷ୍ଟ୍ରରେ ପୃଥକ୍ ପୃଥକ୍ ଦିନରେ ଫ୍ରେଣ୍ଡସିପ୍ ଡେକୁ ପାଳନ କରାଗଲା । ଭାରତରେ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହର ପ୍ରଥମ ରବିବାର ‘ଫ୍ରେଣ୍ଡସିପ୍ ଡେ’ ଭାବେ ପାଳନ କରାଯାଏ ।

ବନ୍ଧୁତାର ମଧ୍ୟ ଏକ ଏଭଳି ସଂପର୍କ ରହିଛି ଯାହା ସଂପର୍କରେ ଆମେ ଆଜି ଆପଣଙ୍କୁ ଜଣାଇବାକୁ ଚାହୁଁଛୁ । ବନ୍ଧୁଙ୍କ ନିକଟରେ ଆମେ ଆମର ସବୁକଥା ଖୋଲି କହିପାରୁ । ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତା କୁହାଯାଏ । ବନ୍ଧୁତାର ସଂପର୍କ କୌଣସି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କି ଦେଶ ଦେଖି ନଥାଏ ।

ଏହାସବୁ ସତ୍ୱେ ବି ଆମ ସମାଜରେ ଗୋଟିଏ ପୁଅ-ଝିଅର ବନ୍ଧୁତା ଭଳି ପବିତ୍ର ସଂପର୍କକୁ ନେଇ ଅଧିକାଂଶ ସମୟରେ ଲୋକେ ଅନେକ ପ୍ରଶ୍ନ କରିଥାନ୍ତି । ସେମାନଙ୍କ ସଂପର୍କକୁ ଭଲରେ ବୁଝିବା ଅପେକ୍ଷା ଆମେ ତାଙ୍କୁ ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥାଉ । ଆଜି ଏହି ପବିତ୍ର ଦିବସରେ ଆମେ ଆଶା କରୁଛୁ କି ସମାଜ ନିଜର ଏଭଳି ନୀଚ ବିଚାରଧାରାରେ ପରିବର୍ତ୍ତନ ଆଣୁବୋଲି ।

Leave a Reply

Your email address will not be published. Required fields are marked *