କରୋନା ସୁନାମି: ଦେଶ ଅନୁପାତ ରାଜ୍ୟ

ନୂଆଦିଲ୍ଲୀ: ଦେଶ ସମେତ ରାଜ୍ୟରେ ଲମ୍ବା ଲମ୍ଫ ମରୁଛି କରୋନା । ଦେଶରେ ଦିନକୁ ୫୦ ହଜାର ଟପୁଛି ପଜିଟିଭ କେସ୍ । ଚାହୁଁ ଚାହୁଁ ଦେଶରେ ୧୬ ଲକ୍ଷ ତ ରାଜ୍ୟରେ ୩୩ ହଜାର ଟପିଲାଣି ସଂକ୍ରମିତଙ୍କ ସଂଖ୍ୟା ।

ଦେଖୁ ଦେଖୁ କେବଳ ଜୁଲାଇରେ ଦେଶରେ ସାଢ଼େ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟରେ ୨୪ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶରେ ସାଢ଼େ ୧୦ ଲକ୍ଷ, ରାଜ୍ୟରେ ୨୪ ହଜାର। ଜୁଲାଇ ୧ରେ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଥିଲା ୫ ଲକ୍ଷ ୮୫ ହଜାର ୪୯୩ ରହିଥିବା ବେଳେ ଓଡ଼ିଶାରେ ୭ ହଜାର ୫୪୫ ଜଣ ଆକ୍ରାନ୍ତ ଥିଲେ । ଜୁଲାଇ ୩୧ ସୁଦ୍ଧା ଦେଶରେ ପଜିଟିଭ୍ କେସ୍ ବଢ଼ି ୧୬ ଲକ୍ଷ ୩୮ ହଜାର ୮୭୦ରେ ପହଞ୍ଚିଥିଲା । ରାଜ୍ୟରେ ୩୧ ହଜାର ୮୭୭କୁ ବୃଦ୍ଧି ପାଇଥିଲା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ।

ଗୋଟିଏ ମାସରେ ଭାରତରେ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିଲା । ଓଡ଼ିଶାରେ ୭୬ ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ଜୁଲାଇ ୧ରେ ଦେଶରେ ୧୭ ହଜାର ୪ ଶହ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଓଡ଼ିଶାରେ କରୋନା ନେଇଥିଲା ୨୭ ମୁଣ୍ଡ । ଜୁଲାଇ ୩୧ ସୁଦ୍ଧା ଭାରତର ମୃତ୍ୟୁସଂଖ୍ୟା ୧୭ ହଜାରରୁ ବଢ଼ି ୩୫ ହଜାର ୭୪୭ରେ ପହଞ୍ଚିଥିବା ବେଳେ। ଓଡ଼ିଶାରେ ଜୁଲାଇ ମାସ ସୁଦ୍ଧା ୧୭୭ ମୁଣ୍ଡ ନେଇଛି କରୋନା ।

ମୃତକଙ୍କ ତୁଳନାରେ ସୁସ୍ଥତା ହାର ବୃଦ୍ଧି ପାଉଛି।

Leave a Reply

Your email address will not be published. Required fields are marked *