୨୪ ଘଣ୍ଟାରେ କରୋନାର ଲମ୍ବା ଲମ୍ଫ: ଦେଶରେ ୫୭ ହଜାର, ରାଜ୍ୟରେ ୧୬୦୦ ପାର୍

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶ ହେଉକି ରାଜ୍ୟ ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଗୋଟିଏପଟେ ଦେଶରେ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୫୭ ହଜାର ଟପିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୬ ସହ ଟପିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୫୭,୧୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ୭୬୪ ଜଣଙ୍କର ଜୀବନ ଯାଇଛି । ହୁ ହୁ ହୋଇ ବଢି ଚଳିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୬,୯୫,୯୯୮ ଲକ୍ଷ ରେ ପହଞ୍ଚିଛି ।

ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୬୦୨ ଆକ୍ରାନ୍ତ । ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୯ ରେ ପହଞ୍ଚିଛି । ସେଥିମଧ୍ୟରେ ୧୨୭୩୭ ଟି ସକ୍ରିୟ ମାମଲା ରହିଛି । ଆଉ ୭୭୨ ନୂଆ ଆରୋଗ୍ୟଙ୍କ ସହ ମୋଟ୍ ୨୦୫୧୭ରେ ପହଞ୍ଚିଛି ମୋଟ ସୁସ୍ଥ ସଂଖ୍ୟା।

ସଂକ୍ରମିତଙ୍କ ଗ୍ରାଫ ଉପର ମୁଁହା ହେଉଥିବା ବେଳେ ଦେଶରେ ଆରମ୍ଭ ହୋଇଛି ଅନଲକ-୩.୦ । ଏଭଳି ପରିସ୍ଥିତିରେ ସରକାରଙ୍କ ଏହି ନିଷ୍ପତ୍ତି କେତେ ଅଂଶରେ ଲୋକଙ୍କୁ ପ୍ରଭାବିତ କରିବ ତାହା ଏକ ପ୍ରକାରର ସ୍ପଷ୍ଟ ହେଉଛି ।

Leave a Reply

Your email address will not be published. Required fields are marked *