ଅନଲକ ୩.୦: କ’ଣ ଖୋଲା କଣ ବନ୍ଦ ଜାଣନ୍ତୁ

ଭୁବନେଶ୍ୱର: ଆଜି ଅନଲକ୍ ୨.୦ ର ଶେଷ ଦିନ । କାଲି ଠାରୁ ଲାଗୁ ହେବ ଅନଲକ୍ ୩.୦ । ଏହାପାଇଁ ନୂଆ ନିୟମ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟରେ ଜାରି ରହିବ ନାଇଟ କର୍ଫ୍ୟୁ । ଅର୍ଥାତ ସାରା ରାଜ୍ୟରେ ରାତ୍ରିକାଳିନ କଟକଣାକୁ ଜାରି ରଖିଛନ୍ତି ସରକାର । ପ୍ରତିରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । ଏହି ସମୟରେ ସମସ୍ତ ପ୍ରକାରର ଗମନାଗମନ ବନ୍ଦ ରହିବ ।

ବ୍ୟାବସାୟିକ ଅନୁଷ୍ଠାନ ରାତି ୯ଟା ଯାଏଁ ଖୋଲା ରହିବ ଓ ପୁନଃ ତା’ପର ଦିନ ସକାଳ ୫ଟା ପରେ ଖୋଲା ହେବ । ସେହିପରି ଗାଡି ମଟର ଯାଆସ ଉପରେ ମଧ୍ୟ କଟକଣା ଲାଗିଛି । ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରୀ ସେବାକୁ ଯେପରି ମେଡିକାଲ, ବିଦ୍ୟୁତ ସେବା , ଦମକଳ ଭଳି ଅତ୍ୟାବଶ୍ୟକ ସେବା ଜାରି ରହିବ । ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ଜାରି ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସପାଲଟିରେ ଜାରି ହୋଇଛି ସାପ୍ତାହିକ ସଟଡାଉନ୍ । ଖୋର୍ଦ୍ଧା, ଗଂଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ଏନେଇ ଗାଇଡ଼ଲାଇନ ଜାରି କରିଛନ୍ତି ସରକାର ।

ଏ ସମସ୍ତ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ସରକାର ସାପ୍ତାହିକ ସଟଡାଉନ୍ ଭଳି କଡା କଟକଣା ଜାରି କରିଛନ୍ତି । ସଟଡାଉନ୍ ବେଳେ କର୍ଫ୍ୟୁ ଭଳି ସ୍ଥିତି ଜାରି ରହିବ । ସମସ୍ତ ପ୍ରକାରର ଦୋକାନ, ବଜାର ବନ୍ଦ ରହିବ । ଗାଡି ଚଳାଚଳ ଉପରେ ବି କଟକଣା ଲଗା ଯାଇଛି ।

ଏହାସହ ଅନଲକ୍-୩ ଅଗଷ୍ଟ ୫ରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବ। ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲା ଓ ରାଉରକେଲା ସହରରେ ଶନି, ରବି ସଟଡାଉନ ଜାରି ରହିବ। ତେବେ ଅଗଷ୍ଟ ୧ ଓ ୨ରେ ସଟଡାଉନ ଦିନ ଗୋଟାଏ ଯାଏଁ ରହିବ ନାହିଁ।
ଅଗଷ୍ଟ ୩୧ ଯାଏଁ ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣ ପ୍ରବେଶ ମନା। ଶିକ୍ଷାନୁଷ୍ଠାନ, ସିନେମା ହଲ୍, ସଭାସମିତି ମଧ୍ୟ ବନ୍ଦ ରହିବ।
ମାସ୍କ ଓ ସାମାଜିକ ଦୂରତା ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ।

Leave a Reply

Your email address will not be published. Required fields are marked *