ଆଜି ଆସିବ ଗାଇଡଲାଇନ: ଜୀବନ-ଜୀବିକାକୁ ନେଇ ଦ୍ଵନ୍ଦରେ ସରକାର

ଭୁବନେଶ୍ୱର: ଅନଲକ -୩ ଲାଗି କେନ୍ଦ୍ର ସରକାର ଗାଇଡ଼ଲାଇନ ଜାରି କରିସାରିଛନ୍ତି । ରାତି କର୍ଫ୍ୟୁ ହଟିବା, ଅଗଷ୍ଟ ୫ ରୁ ଜିମ ଖୋଲିବା ଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ତେବେ ରାଜ୍ୟ ସରକାର ଏହାକୁ କତେ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର । ଆଜି ଅନଲକ-୨ ର ସମୟ ସରୁଛି । ଆଜି ରାଜ୍ୟ ସରକାର ନିଜର ଗାଇଡ଼ଲାଇନ ଜାରି କରିବେ । ଯାହା ସୂଚନା ମିଳୁଛି କେନ୍ଦ୍ରର କିଛି ଗାଇଡ଼ଲାଇନକୁ ଗ୍ରହଣ କରାଯିବ । କିନ୍ତୁ ସଂକ୍ରମଣ ଅଧିକା ଥିବା ଜିଲ୍ଲାରେ କଟକଣା କଡାକଡି ରହିବ । ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି ଉପରେ ଅଧିକ ସମୟ କୋହଳ ଦିଆଯାଇପାରେ । କ୍ଷୁଦ୍ର ବ୍ୟବସାୟୀଙ୍କ ସୁବିଧାକୁ ଆଖିରେ ରଖି ନିଷ୍ପତ୍ତି ନିଆଯାଇପାରେ। କିନ୍ତୁ ବିନା କାରଣରେ ଘରୁ ବାହାରିବା ଉପରେ ପୂର୍ବ ଭଳି କଟକଣା ଲଗାଇପାରନ୍ତି ରାଜ୍ୟ ସରକାର । ଗଲା କିଛିଦିନ ଧରି ପ୍ରତିଦିନ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଥିବାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ତାଲା ଖୋଲିବା ଉପରେ ରାଜ୍ୟ ସରକାର ସହମତ ନାହାନ୍ତି । ପୂର୍ବଭଳି ରାଜ୍ୟରେ ରାତ୍ରି କର୍ଫ୍ୟୁ ବଳବତ୍ତର ରହିପାରେ । ଜିମ ଖୋଲିବା ନିଷ୍ପତ୍ତି ଉପରେ ମଧ୍ୟ ବିଚାର ବିମର୍ଶ ଚାଲିଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ଏସଆରସିଙ୍କ ପକ୍ଷରୁ ଅନଲକ-୩ ଓଡ଼ିଶାରେ କିଭଳି ରହିବ ସେ ନେଇ ଗାଇଡ଼ଲାଇନ ଜାରି ରହିବ । ତେବେ ସ୍ଥାନୀୟ ପରିସ୍ଥିତିକୁ ଦେଖି ଜିଲ୍ଲାପାଳ ମାନେ ନିଜ ଅଞ୍ଚଳରେ କଟକଣା ଲଗାଇ ପାରିବେ ।

ଗୋଟିଏ ପଟେ କରୋନାରୁ ଦୂରେଇ ରହିବାକୁ ଘରେ ରହିବାକୁ ବିଭିନ୍ନ କଟକଣା ଜାରି କରୁଛନ୍ତି ସରକାର । ଅନ୍ୟପଟେ ଘରୁ ବାହାରିବାକୁ ଅନୁମତି ନଦେଲେ ଉଜୁଡି ଯାଉଛି ଜୀବିକା । ତେବେ ଜୀବନ ଓ ଜୀବିକା ମଧ୍ୟରେ ଥିବା ଏହି ଦ୍ଵନ୍ଦକୁ ସରକାର କିପରି ପରିଚାଳନା କରିବେ ତାହା ହିଁ ଏହି ଗାଇଡ଼ଲାଇନରୁ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *