ଭଦ୍ରକ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

ଭଦ୍ରକ: ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ । ସଂଖ୍ୟା ବୃଦ୍ଧିରେ ଭଦ୍ରକ ଜିଲ୍ଲା ମଧ୍ୟରେ ପଛରେ ନାହିଁ । ପ୍ରତିଦିନ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି  ୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ସଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଅଗଷ୍ଟ ୧ ଓ ଅଗଷ୍ଟ ୨ ତାରିଖ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟଡାଉନ୍ କରିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଶନିବାର ସକାଳ ୫ଟାରୁ ଅଗଷ୍ଟ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ।

ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଯେପରି ସ୍ୱାସ୍ଥ୍ୟ ସେବା ଆଦି ଜାରି ରହିବ । ଜରୁରିକାଳୀନ ସେବାରେ ନିୟୋଜିତ କର୍ମଚାରୀ ମାନେ ଯାଆସ କରିପାରିବେ । ଏହାସହ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଦୋକାନ ବଜାର ସବୁ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *