ବିଦ୍ୟାଙ୍କ ଦେହରେ ସମ୍ବଲପୁରୀ ଶାଢ଼ୀ

ଭୁବନେଶ୍ୱର: ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ବିଦ୍ୟାବାଲାନଙ୍କ ଦେହରେ ଶୋଭା ପାଉଛି ସମ୍ବଲପୁରୀ ଶାଢ଼ୀ ।

ଆଜି ମୁକ୍ତି ଲାଭ କରିଥିବା ବିଦ୍ୟାଙ୍କ ସିନେମା ‘ଶକୁନ୍ତଳାଦେବୀ’ର ପ୍ରମୋସନ ଅବସରରେ ଏହି ସମ୍ବଲପୁରୀ ଶାଢ଼ି ପିନ୍ଧିଛନ୍ତି ସେ । ଓଡ଼ିଶାର ଗୌରବକୁ ଧାରଣ କରି ବିଦ୍ୟା ବାଲନ୍ ଏବେ ଚର୍ଚ୍ଚାରେ । ଏହି ଶାଢୀ ତାଙ୍କୁ ଖୁବ ଭଲ ଲାଗିଥିବା ସେ କହିଛନ୍ତି ।

କଳା ରଙ୍ଗର ସମ୍ବଲପୁରୀ ଶାଢୀ ପିନ୍ଧିଥିବା ବିଦ୍ୟାଙ୍କ ଫଟୋ ଓ ଭିଡ଼ିଓ ଏବେ ବିଦ୍ୟା ବାଲାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଓଡ଼ିଶାର ଏହି ବିଶେଷ ହସ୍ତତନ୍ତର ବେଶ୍ ପ୍ରଶଂସା କରିଛନ୍ତି ବିଦ୍ୟା।

ବିଦ୍ୟାଙ୍କ ପାଇଁ ଏହି ସମ୍ବଲପୁରୀ ଶାଢୀଟିକୁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି । ଏହାକୁ ସୋନପୁର କେନ୍ଦୁପାଲିର ବୁଣାକାର ରମାକାନ୍ତ ମେହେର ବୁଣିଛନ୍ତି । ଏହି ବାନ୍ଧ ଶାଢୀଟିକୁ ବୁଣିବା ପାଇଁ ରମାକାନ୍ତଙ୍କୁ ଏକ ମାସରୁ ଅଧିକ ସମୟ ଲାଗିଥିଲା । ମଲବେରୀ ସିଲ୍ମ ସୂତାରେ ତିଆରି ଏହି ଶାଢୀଟିରେ ବିଭିନ୍ନ ପ୍ରକାର ଗାଣେତିକ ସଙ୍କେତ ରହିଛି ।

ଓଡ଼ିଶାର ଏହି ପ୍ରାଚୀନ ହସ୍ତଶିଳ୍ପ ପୁଣି ଥରେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢୀକୁ ନେଇ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଜାତୀୟ ସ୍ତରରେ ସମ୍ବଲପୁରୀ ଶାଢ଼ୀ ପୁଣି ଥରେ ଓଡ଼ିଶାର ମାନ ବୃଦ୍ଧି କରିଛି।

Leave a Reply

Your email address will not be published. Required fields are marked *