୧୦ ସପ୍ତାହରୁ ୧୦ ଦିନ; ୫ ଲକ୍ଷ ଟପିଲା ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ୧୦୦୦ ଟପୁଛି ନୂଆ ଆକ୍ରାନ୍ତଙ୍କ ଗ୍ରାଫ। ପ୍ରତିଦିନ ମୁଣ୍ଡ ମଧ୍ୟ ଗଡୁଛି । ତେବେ ଏସବୁ ମଧ୍ୟରେ ସାମାନ୍ୟ ଆଶ୍ୱସ୍ତିକର ତଥ୍ୟ ମଧ୍ୟ ମନରେ କୋଭିଡ ମୁକାବିଲା ଦିଗରେ କିଛି ନୂଆ ଆଶା ସୃଷ୍ଟି କରୁଛି ।

ଓଡ଼ିଶାରେ ୫ ଲକ୍ଷ ଟପିଛି କରୋନା ଟେଷ୍ଟିଂ ସଂଖ୍ୟା। ଏନେଇ ସୂଚନା ଦେଇଛନ୍ତି ଏନଏଚଏନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସେ ଦେଇଥିବା ସୂଚନା ଅନୁସାରେ, ରାଜ୍ୟରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କର କରୋନା ପରୀକ୍ଷା ହୋଇ ସାରିଛି। ଏହି ପରୀକ୍ଷଣ ବର୍ତ୍ତମାନ ୩୦ ଜିଲ୍ଲାର ୫୪ ଟି ଲ୍ୟାବରେ କରାଯାଉଛି । ଆଗକୁ ଏହି ଟେଷ୍ଟିଂ ସଂଖ୍ୟା ବୃଦ୍ଧି ମଧ୍ୟ ପାଇବ। ଏହାସହ ରାଜ୍ୟରେ ଟେଷ୍ଟିଂର ଗତି ବୃଦ୍ଧି ପାଇଥିବା ଶାଳିନୀ ସୂଚନା ଦେଇଛନ୍ତି।

“ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ଲକ୍ଷ ଟେଷ୍ଟିଂ କରିବାକୁ ୧୦ ସପ୍ତାହ ଲାଗିଥିଲା । ମାତ୍ର ବର୍ତ୍ତମାନ ୪ ରୁ ୫ ଲକ୍ଷର ଏହି ଟେଷ୍ଟିଂକୁ ସାରିବା ପାଇଁ ଆମକୁ ମାତ୍ର ୧୦ ଦିନ ଲାଗିଛି” ବୋଲି ସେ ସୂଚନା ଦେଇଛନ୍ତି । ଏବେ ଦୈନିକ ପ୍ରାୟ ୨୦ ହଜାର ଟେଷ୍ଟ ହେଉଛି । ଆଗକୁ ଆହୁରି ଏହା ବଢ଼ିବ । ରାଜ୍ୟରେ ପରୀକ୍ଷଣ ଯେତେ ବୃଦ୍ଧି ପାଇବ ଏହାର ମୁକାବିଲା ମଧ୍ୟ ସେତିକି ସହଜ ହେବ। ଅଧିକ ପରୀକ୍ଷଣ ଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେବେ। ଯାହାଦ୍ଵାରା ଅଧିକରୁ ଅଧୁ ଲୋଙ୍କୁ ଟ୍ରେସ କରି ସେମାନଙ୍କ ଚିକିତ୍ସା କରିବା ସହ କରୋନା ଉପରେ ବିଜୟ ହାସଲ କରିହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *