ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ: କୋଭିଡ ଲଢେଇରେ ସହିଦ ୨ ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା

ଭୁବନେଶ୍ୱର: ଗଞ୍ଜାମ ଓ ଗଜପତି ଜିଲ୍ଲାର ଦୁଇ ସାମ୍ବାଦିକ କରୋନାରେ ସଂକ୍ରମିତ ହୋଇ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବ ପ୍ରତିଶୃତି କ୍ରମେ ଉଭୟ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ମଞ୍ଜୁର କରିଛନ୍ତି ।

ଏନେଇ ରାଜ୍ୟ ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ନିକଟ ଅତୀତରେ ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତି ଜିଲ୍ଲାର ଅନ୍ୟ ଜଣେ ସାମ୍ବାଦିକ କେ.ସିଏଚ.ରତ୍ନମଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ସାମ୍ବାଦିକ ମାନେ ମୃତ୍ୟୁବରଣ କଲେ, ସେମାନଙ୍କ ପରିବାରକୁ ଆର୍ଥୀକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *