ରାଫେଲର ହାପି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଅନ୍ତ ଘଟିଛି ସବୁ ପ୍ରତୀକ୍ଷାର। ଭାରତ ମାଟିରେ ଲ୍ୟାଣ୍ଡିଂ ଛୁଇଁଛି ରାଫେଲ୍। ଫ୍ରାନ୍ସ୍‌ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ‌କରିଛି ଜେଟ୍  ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି ।

ଅମ୍ବାଲା ବେସରେ ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବିମାନଗୁଡ଼ିକୁ ସ୍ବାଗତ କରିଛନ୍ତି।  ସକାଳେ ୟୁନାଇଟେଡ୍ ଆରବ ‌ଏମିରେଟ୍‌ସ୍‌ରୁ ଉଡାଣ କରିଥିବା ୫ଟି ରାଫେଲ୍ କିଛି ସମୟ ପୂର୍ବରୁ ଭାରତୀୟ ଆକାଶ ସୀମାରେ ପ୍ରବେଶ କରିଥିଲା। ଏହାପରେ ଦୁଇଟି ସୁ‌ଖୋଇ ଯୁଦ୍ଧବିମାନ ରାଫେଲଗୁଡ଼ିକୁ ପାଇଲଟ କରି ଅମ୍ବାଲା ଏୟାରବେସକୁ ଆଣିଥିଲା।

ଭାରତର ବାୟୁସୀମାରେ ଆଜି ଅପରାହ୍ନରେ ପ୍ରବେଶ କରିବା ପରେ ପଶ୍ଚିମ ଆରବ ସାଗରରେ ମୁତୟନ ହୋଇଥିବା ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକ ତରଫରୁ ପାଞ୍ଚଟି ରା‌ଫେଲ୍ ଜେଟ୍‌କୁ ସ୍ବାଗତ କରାଯାଇଥିଲା। ରାଫେଲ୍ ଜେଟ୍‌ର ପାଇଲଟଙ୍କୁ  ବେତାର ବାର୍ତ୍ତା ପ୍ରେରଣ କରି ଆଇଏନ୍‌ଏସ୍‌ କୋଲ୍‌କାତା କହିଥିଲା, ‘ସଗୌରବ ଆକାଶ ସ୍ପର୍ଶ କର। ଶୁଭାବତରଣ।’

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍ କରି ବାହୁବଳୀ ରାଫେଲକୁ ସ୍ବାଗତ କରିଛନ୍ତି। “ପକ୍ଷୀମାନେ ଭାରତୀୟ ଆକାଶସୀମାରେ ପ୍ରବେଶ କରି ସାରିଲେଣି..ଶୁଭ ଅବତରଣ କାମନା କରୁଛି” ବୋଲି ମନ୍ତ୍ରୀ ନିଜ ଟ୍ୱିଟ ରେ ଲେଖିଛନ୍ତି।

ସୋମବାର ଦିନ ଏହି ପାଞ୍ଚଟି ଜେଟ୍ ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରି ଗତକାଲି ସ୍ବଳ୍ପ ସମୟ ଲାଗି ୟୁନାଇଟେଡ୍ ଆରବ ‌ଏମିରେଟସ‌ରେ ରହିଥିଲା। ଏଥିପୂର୍ବରୁ ମଝିଆକାଶରେ ଏଥିରେ ଇନ୍ଧନ ଭର୍ତ୍ତି ହୋଇଥିଲା।

ଚିଫ୍ ଅଫ୍ ଏୟାର୍ ଷ୍ଟାଫ୍ ଆର୍‌କେଏସ୍ ଭଦୌରିଆ ଅମ୍ବାଲାରେ ଏହି ପାଞ୍ଚଟି ବିମାନ ଗ୍ରହଣ କରିଛନ୍ତି  ଏବଂ ରାଫେଲ୍ ଫାଇଟର ଜେଟ୍ ଭାରତୀୟ ବାୟୁସେନାରେ ସାମିଲ ହୋଇଛି।
ଏଥିପାଇଁ ଧୁଲକୋଟ, ବଳଦେବ ନଗର, ଗର୍ଣ୍ଣାଲା ଏବଂ ପଞ୍ଚଖେରା ସମେତ ଅମ୍ବାଲା ବିମାନଘାଟି ଅଞ୍ଚଳକୁ ଲାଗିଥିବା

Leave a Reply

Your email address will not be published. Required fields are marked *