ମାଛ ପାଇଁ ପକାଇଥିଲେ ଜାଲ, ପଡିଲା ଅଜଗର ସାପ

ବାଲେଶ୍ୱର: ଜିଲା ସୋର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମରେ ଜଣେ ବ୍ୟକ୍ତି ମାଛ ଧରିବାକୁ ପକାଇଥିଲେ ଜାଲ । ତେବେ ଆଶ୍ଚର୍ଯ୍ୟର କଥା ମାଛ ବଦଳରେ ଧରା ଦେଲା ଏକ ଅଜଗର ସାପ ପ୍ରାୟ ସାତ ଫୁଟ ଲମ୍ବ ବିଶିଷ୍ଟ ଏହି ସାପଟିକୁ ଉଦ୍ଧାର କରାଯାଇଛି।

ରାଇପୁର ଗ୍ରାମର ଡ଼ମ୍ବରୁ ଧର ପତ୍ର ସୋର ମହୋତ୍ସବ ପଡ଼ିଆରେ ମାଛ ପାଇଁ ଜାଲ ବସାଇଥିଲେ। ମାତ୍ର ଜାଲରେ ମାଛ ବଦଳରେ ଏକ ଅଜଗର ସାପ ଫସି ଯାଇଥିଲା। ଖବର ପାଇବା କ୍ଷଣି ବନ୍ୟ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଛନ୍ତି।

Leave a Reply

Your email address will not be published. Required fields are marked *