ଭାରତ-ଚୀନ ବିବାଦ: ଅର୍ଦ୍ଧାଧିକ କର୍ମଚାରୀଙ୍କୁ ଛଟେଇ କରିବ ହୁଆଓ୍ବି

ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚାଇନା ମଧ୍ୟରେ ବଢିଥିବା ତିକ୍ତତା ଏବେ ନୂଆ ମୋଡ଼ ନେଇଛି । ଚୀନ ସେନା ଦ୍ୱାରା ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା କମ୍ପାନୀଗୁଡିକ ଉପରେ ଭାରତ ସରକାର କଟକଣା ଲାଗୁ କରିଛନ୍ତି।

ଚାଇନରେ ୫୯ ଟି ଆପ ଉପରେ ଭାରତ ବ୍ୟାନ୍‌ ଲାଗୁ କରିଛି । ଏହାପରେ ସେଠାକାର କମ୍ପାନୀଗୁଡିକ ଭାରତରେ କାରବାର କରିବା ଆଶା ମଉଳିଯାଇଛି। ଏଭଳି ପରିସ୍ଥିତିରେ ଚାଇନାର ଟେଲିକମ୍‌ କମ୍ପାନୀ ହୁଆଓ୍ବି ଟେକ୍ନୋଲୋଜି ଭାରତରେ କାରବାର କରିବା ଲକ୍ଷ୍ୟକୁ ହ୍ରାସ କରିଛି। ଏହାସହ ଭାରତରେ କାମ କରୁଥିବା ଏହାର ଅର୍ଦ୍ଧାଧିକ କର୍ମଚାରୀଙ୍କୁ ହୁଆଓ୍ବି ଛଟେଇ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।କମ୍ପାନୀ ଭାରତରେ କାମ କରୁଥିବା ଏହା ୬୦ରୁ ୭୦% ଷ୍ଟାଫ୍‌ଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପୂର୍ବରୁ ଏହି କମ୍ପାନୀ ଭାରତ ବଜାର ଲାଗି ୮୦୦ ନିୟୁତ ଡଲାର କାରବାର କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ବର୍ତ୍ତମାନ ଏହାକୁ ୩୦୦ରୁ ୫୦୦ ନିୟୁତ ଡଲାରକୁ ଖସାଇ ଦେଇଛି।

Leave a Reply

Your email address will not be published. Required fields are marked *