ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ଝିଅଙ୍କ ବାଜିମାତ୍

ଭୁବନେଶ୍ୱର: ପ୍ରକାଶ ପାଇଲା ବହୁ ପ୍ରତିକ୍ଷିତ ୨୦୨୦ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷର ପାସହାର ରହିଛି ୭୮.୭୬ %। ଭିଡିଓ କନଫରେନ୍ସିଂ ଜରିଆରେ ଫଳ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ୬୭୮ ସ୍କୁଲରେ ଶତ ପ୍ରତିଶତ ଫଳ ହୋଇଥିବା ବେଳେ ୩୨ ଟି ସ୍କୁଲରେ ରେଜଲ୍ଟ ଶୂନ।

ଚଳିତ ବର୍ଷ ମଧ୍ୟ ପୁଅଙ୍କ ତୁଳନାରେ ଝିଅ ମାନେ ଭଲ ରେଜଲ୍ଟ କରିଛନ୍ତି । ପରୀକ୍ଷା ଫଳରେ ପୁଅଙ୍କ ପଛରେ ପକାଇ ଝିଅ ଏଥର ମଧ୍ୟ ବାଜି ମାରି ନେଇଛନ୍ତି। ମୋଟ ୨୬୨୭୩୮ ଜଣ ଝିଅ ପରୀକ୍ଷା ଦେଇଥିବା ବେଳେ ୨୧୫୩୬୮ ଜଣ ପାସ କରିଛନ୍ତି । ସେହି ଭଳି ମୋଟ ୨୪୭୪୫୧ ଜଣ ପୁଅ ପରୀକ୍ଷା ଦେଇଥିବା ବେଳେ ୧୯୨୫୦୧ ଜଣ ପାସ କରିଛନ୍ତି ।

ଆଜି ଦିନ ସାଢେ ୧୧ଟାରୁ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।

ବୋର୍ଡର ୨ଟି ୱେବସାଇଟ୍ ଓ SMS ଜରିଆରେ ଛାତ୍ରଛାତ୍ରୀ ରେଜଲ୍ଟ ପାଇପାରିବେ।

ଏହି ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ
www.bseodisha.ac.in www.bseodisha.nic.in

SMS ଜରିଆରେ ରେଜଲ୍ଟ ଜାଣିବା ପାଇଁ OR01 ଲେଖି ସ୍ପେଶ୍ ଦେଇ ନିଜ ରୋଲ୍ ନମ୍ଵର ଲେଖି 5676750କୁ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *