‘ର’ ର ସତର୍କବାଣୀ: ଆତଙ୍କବାଦୀଙ୍କ ଗାର୍ଗେଟରେ ଅଯୋଧ୍ୟା

ଅନେକ ବାଦବିବାଦ ପରେ ଅଗଷ୍ଟ ୫ ତାରିଖରେ ରାମମନ୍ଦିର ପାଇଁ ଅଯୋଧ୍ୟାରେ ହେବ ଭୂମିପୂଜା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଭୂମିପୂଜା କାର୍ଯ୍ୟକ୍ରମ ଉପରେ ଏବେ ସାରା ବିଶ୍ୱର ନଜର ।

ଏହାଉପରେ ରହିଛି ଆତଙ୍କବାଦୀଙ୍କ ନଜର । ଏନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ର’ (ରିସର୍ଚ୍ଚ ଏଣ୍ଡ ଆନାଲିସିସ ଓ୍ଵିଙ୍ଗ) ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଏକ ରିପୋର୍ଟରେ ସତର୍କ କରିଦିଆଯାଇଛି । ର’ ପକ୍ଷରୁ ଦିଆଯାଇଥିବା ବେଳେ, ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଅଯୋଧ୍ୟାରେ ଏକ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛି ।

ଏହି ଆକ୍ରମଣ ଲାଗି ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବାକୁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ସଂଗଠନର କିଛି ଆତଙ୍କବାଦୀ ଏଥିଲାଗି ଆଫଗାନିସ୍ତାନରେ ତାଲିମ ନେଉଛନ୍ତି ।

‘ର’ ର ସୂଚନା ଅନୁଯାୟୀ, ଆଇଏସଆଇ ଅଯୋଧ୍ୟାରେ ଏହି ଆକ୍ରମଣ ଲାଗି ୩ରୁ ୫ଟି ଦଳ ଗଠନ କରାଯାଇଛି । ଏହି ଆକ୍ରମଣ ବେଳେ ଭିଆଇପି ମାନଙ୍କୁ ଟାର୍ଗେଟ କରିବାକୁ କୁହାଯାଇଛି । ‘ର’ ର ଏହି ରିପୋର୍ଟ ଆସିବା ପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave a Reply

Your email address will not be published. Required fields are marked *