ଫେରି ଆସିଲେ ଦୀପା ସାହୁ !

ଭୁବନେଶ୍ୱର: ସୋମବାର ଦିନ ଓଡ଼ିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀଙ୍କର ଦେହାନ୍ତ ଘଟିଛି। ଦୀପା କ୍ୟାନସରରେ ପୀଡିତ ଥିବା ବେଳେ ସୋମବାର ଦିନ ୩୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଗତକାଲି ପ୍ରାଣ ତ୍ୟାଗ କରିଥିବା ଜଣେ ମହିଳା ଯେ ଆଜି ଫେରି ଆସିଛନ୍ତି ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିବ । କିନ୍ତୁ ଏକଥା ଆମେ ନୁହେଁ କହିଛନ୍ତି ଲକଡାଉନରେ ରିୟଲ ହିରୋ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ର ।

ସବ୍ୟ କହିଛନ୍ତି ଯେ,” ଜନ୍ମ ଓ ମରଣ ଜୀବନର ଏକ ଅଂଶ । ତାମିଲନାଡୁର ଜଣେ ଗର୍ଭବତୀ ମହିଳା ସସ୍ମିତା ସାହୁ ଜଟିଳ ପରିସ୍ଥିତିରେ ଥିଲେ । ତାଙ୍କୁ ହୋସୁର ସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଭର୍ତି କରାଇଲୁ। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଉଭୟ ମାଆ ଓ ଝିଅ ସୁସ୍ଥ ଅଛନ୍ତି । ତେବେ ଝିଅର ମାଆ ପିଲାଟିର ନାମ କଣ ରଖିବେ ବୋଲି ମତେ ପଚାରିଥିଲେ । ଅଭିନେତ୍ରୀ ଦୀପାଙ୍କ ସ୍ମୃତିରେ ପିଲାଟିର ନାଁ ଦୀପା ରଖିବାକୁ ମୁଁ ତାଙ୍କୁ କହିଲି ଓ ସୌଭାଗ୍ୟ ବଶତଃ ଝିଅଟିର ନାମ ହୋଇଗଲା ଦୀପା ସାହୁ । ଏହିକ୍ରମରେ ଦୀପା ସାହୁ ଆମ ଗହଣକୁ ପୁଣି ଫେରି ଆସିଛନ୍ତି । ଉଭୟ ମା ଓ ପିଲାଙ୍କୁ ଆର୍ଶୀବାଦ କରନ୍ତୁ” ।

Leave a Reply

Your email address will not be published. Required fields are marked *