ଏଥର ବିନା ସିମରେ ହେବ ଫୋନ କଲ; ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଦେଶରେ eSIM ସେବାର ଚାହିଦା ବଢ଼ିବାରେ ଲାଗିଛି । ଭାରତୀ ଏୟାର୍ଟେଲ ପରେ ଏବେ ଭୋଡାଫୋନ୍-ଆଇଡିଆ ମଧ୍ୟ ଭାରତରେ ଆରମ୍ଭ କରିଛି ଏହାର eSIM ସେବା। ନିଜ ପୋଷ୍ଟପେଡ୍ ବ୍ୟବହାରକାରୀଙ୍କ ପାଇଁ ଇ-ସିମ୍ ମଧ୍ୟ ଲଞ୍ଚ କରିଛି ଭୋଡା ଫୋନ । ଯାହା ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ଗୁଜୁରାଟ ଏବଂ ମୁମ୍ବାଇ ସର୍କଲର ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଛି।

ଏହି eSIM ସେବା ସାହାଯ୍ୟରେ ଉପଭୋକ୍ତାମାନେ କୌଣସି ସିମ୍ କାର୍ଡ ବିନା ଫୋନରେ ନମ୍ବର ବ୍ୟବହାର କରିପାରିବେ। ପ୍ରାରମ୍ଭରେ ଏହା କେବଳ କିଛି ଉପକରଣରେ କାମ କରିବ ।

ଫୋନରେ କେମିତି କାମ କରିବ ଏହି eSIM ସେବା..

eSIM ଘୋଷଣା ସହିତ କମ୍ପାନୀ ଡିଭାଇସର ଏକ ତାଲିକା ମଧ୍ୟ ପ୍ରକାଶ କରିଛି। ଏହି ତାଲିକା ଅନୁଯାୟୀ କମ୍ପାନୀର ନୂତନ ସେବା ଆପଲ୍ ଡିଭାଇସ୍ ଆଇଫୋନ୍ ୧୧ , ଆଇଫୋନ୍ ୧୧ ପ୍ରୋ, ଆଇଫୋନ୍ ୧୧ ପ୍ରୋ ମ୍ୟାକ୍ସ, ଆଇଫୋନ୍ SE, ଆଇଫୋନ୍ ଏକ୍ସ, ଆଇଫୋନ୍ ଏକ୍ସ ଏସ୍ ମ୍ୟାକ୍ସ ଏବଂ ଆଇଫୋନ୍ ଏକ୍ସଆର୍ ଉପରେ କାର୍ଯ୍ୟ କରିବ। ତାହା ହେଉଛି, ବର୍ତ୍ତମାନ ଏହା କେବଳ ଆଇଓଏସ୍ ପାଇଁ ପ୍ରବର୍ତ୍ତିତ ହୋଇଛି, କିନ୍ତୁ ଭୋଡାଫୋନ୍ ଆଇଡିଆ କହିଛି ଯେ ଖୁବ୍ ଶୀଘ୍ର ଏହା ଆଣ୍ଡ୍ରଏଡ୍ କୁ ମଧ୍ୟ ସମର୍ଥନ କରିବ, ଯାହାର ତାଲିକାରେ ସାମସଙ୍ଗ ଗାଲାକ୍ସି ଜେ ଫ୍ଲିପ୍ ଏବଂ ଗାଲାକ୍ସି ଫୋଲ୍ଡ ଅନ୍ତର୍ଭୁକ୍ତ।

ଇ-ସିମ୍ ହାଇ-ଏଣ୍ଡ ଡିଭାଇସରେ ଏକ ଇଣ୍ଟିଗ୍ରେଟେଡ୍ ସିମ୍ ଚିପ୍ ପରି କାମ କରେ। ଅର୍ଥାତ୍ କଲ ପାଇଁ ଗ୍ରାହକଙ୍କୁ ଫୋନରେ ଅଲଗା ସିମ୍ କାର୍ଡ ଇନଷ୍ଟଲ୍ କରିବା ଆବଶ୍ୟକତା ପଡିବ ନାହିଁ । ଭଲ କଥା ହେଉଛି ଏହି ଉପାୟରେ ପୋଷ୍ଟପେଡ୍ ବ୍ୟବହାରକାରୀମାନେ ଫୋନରେ କୌଣସି ସିମ୍ କାର୍ଡ ଇନ୍ସର୍ଟ ନକରି ଭୋଡାଫୋନ୍-ଆଇଡିଆ ନମ୍ବରରୁ କଲ୍, ଏସ୍ଏମ୍ଏସ୍ ଏବଂ ମୋବାଇଲ୍ ଡାଟା ଆକ୍ସେସ୍ ମଧ୍ୟ କରିପାରିବେ।

Leave a Reply

Your email address will not be published. Required fields are marked *