ଆରପାରିରେ ଦୀପା ସାହୁ

ଭୁବନେଶ୍ୱର: ପରଲୋକରେ ଆଲବମ୍ ଅଭିନେତ୍ରୀ ଦୀପା ସାହୁ । ଆଜି ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ହୋଇଥିଲା । ଦୀପା ଅନେକ ଦିନ ହେବ କ୍ୟାନସରରେ ପୀଡିତ ଥିଲେ ।

ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୀପାଙ୍କର ମୃତ୍ୟୁ ହୋଇଛି ।

ଗତ କିଛି ବର୍ଷ ହେଲା ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ । ଓଡିଆ ଆଲବମ୍ ଦୁନିଆରେ ବେଶ ନାଁ କରିଥିଲେ ଦୀପା । କିଛି ଓଡିଆ ଚଳଚ୍ଚିତ୍ର ସହ ଓଡ଼ିଆ ଟେଲି ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି ।

ତାଙ୍କ ପରଲୋକରେ ଓଲିଉଡରେ ଖେଳି ଯାଇଛି ଶୋକର ଛାୟା।

Leave a Reply

Your email address will not be published. Required fields are marked *