‘ଖରା ଶ୍ରାବଣ’

ଭୁବନେଶ୍ୱର: ଆଷାଢ ଯାଇ ଶ୍ରାବଣ ଆସିଲାଣି । ଏବେ ବର୍ଷାର ଧାରା ଲାଗି ରହିବା କଥା । ସବୁଠି ବର୍ଷା ର ଲହର ଲାଗି ରହିବା କଥା । ମାତ୍ର ଚଳିତ ବର୍ଷ ସମ୍ପୂର୍ଣ୍ଣ ବିପରୀତ । ଏବର୍ଷ ବର୍ଷାର ଦେଖାନାହିଁ । ଧାରା ଶ୍ରାବଣ ସ୍ଥାନରେ ଏବେ ‘ଖରା ଶ୍ରାବଣ’। ଶ୍ରାବଣ ମାସର ଡ଼ହ ଡ଼ହ ତାତିରେ ଜଳୁଛି ଓଡ଼ିଶା । ରାଜ୍ୟରେ ମୌସୁମୀ ପ୍ରବେଶ କରିଛି ସତ, ହେଲେ ବର୍ଷାର ପରିମାଣ ବହୁତ କମ୍। ବର୍ଷା ଯେତିକି ହେବା କଥା ଚଳିତ ଥର ସେତିକି ମାତ୍ରାରେ ହୋଇନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି ।

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟମ ତାପମାତ୍ରା ଥିବା ରେକର୍ଡ କରାଯାଇଛି ।

ଅନ୍ୟପଟେ, ରାଜଧାନୀ ଭୁବନେଶ୍ୱରରେ ୩୫.୯ ଡିଗ୍ରୀ ସେଲସିୟସ ଏବଂ କଟକରେ ୩୬.୨ ଡିଗ୍ରୀ ସେଲସିୟମ ତାପମାତ୍ରା ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *