ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ଏହି ଦିନ ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ। ଏନେଇ ଆଜି ତାରିଖ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଚଳିତବର୍ଷ ୬୦ଟି ସେଣ୍ଟରରେ ଖାତା ଦେଖା ହୋଇଛି । କରୋନା କଟକଣା ଯୋଗୁଁ ଖାତା ମୂଲ୍ୟାୟନ ବିଳମ୍ବ ହେବା ପରେ  ମେ’ ମାସ ୨୬ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ କର୍ତ୍ତୃପକ୍ଷ ଜୋର ଦେଇଥିଲେ । ୪୫ ଦିନ ଭିତରେ ପରୀକ୍ଷାଫଳ ପ୍ରକାଶ ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ହୋଇଥିଲା ।

ଚଳିତବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଫେବୃଆରୀ ୧୯ତାରିଖରୁ ମାର୍ଚ୍ଚ ୨ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୬ ମେ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *